ରୁପ୍ରାରୋଡ ରାମ ମନ୍ଦିରରେ ଆରମ୍ଭ ହେଲା ଷୋହଳ ପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ରାମ ମନ୍ଦିରରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ। ଏହା ସହ ଚାଲିଛି ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଆରଧନା। ରୁପ୍ରାରୋଡ ରାମ ମନ୍ଦିର କମିଟି ଅଧ୍ୟକ୍ଷ ଧିରେନ୍ଦ୍ର ଖେତାନ (ଭାଲୁ) ଓ ନାମଯଜ୍ଞ କମିଟି ଅଧ୍ୟକ୍ଷ ମାଧବ ନାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ପରିଚାଳିତ ହେଉଛି। ବୁଧବାର ସନ୍ଧ୍ୟାରେ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟ ସଂପନ୍ନ ହୋଇଥିଲା। ଗୁରୁବାର ସକାଳୁ ଆରମ୍ଭ ହୋଇଛି ନାମଯଜ୍ଞ। ଶ୍ୟାମସୁନ୍ଦର ଶର୍ମା ଓ ତାଙ୍କ ଧର୍ମପତ୍ନୀ ସାବିତ୍ରୀ ଦେବୀ କର୍ତ୍ତା ଦାଇତ୍ୱ ନିର୍ବାହ କରୁଥିବାବେଳେ ଦୁର୍ଗାମାଧବ ତ୍ରିପାଠୀ ଏବଂ ତାଙ୍କ ସହଯୋଗୀ ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି। କମିଟିର କାର୍ଯ୍ୟକର୍ତ୍ତା  ଗଣେଶ ରାମ ଖେତାନ (ବଣ୍ଟି), ରାଜୀବ ମହାନ୍ତି, ରୂପଚନ୍ଦ ଜୈନ, ଦିପକ ଅଗ୍ରୱାଲ, କମଲ ଅଗ୍ରୱାଲ, ମହେଶ ଅଗ୍ରୱାଲ (ଫେନ୍ସି), ମୁକେଶ ଅଗ୍ରୱାଲ, ସୁମିତ ଶର୍ମା, ଆଦିକନ୍ଦ ସାହୁ, ପ୍ରଦିପ ପଧାନ, ପୁଷ୍ପକ ମହାନ୍ତି, ମନୋଜ ମହାନ୍ତି ପ୍ରମୁଖଙ୍କ ସହ କମିଟିର ସଦସ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରୁଥିବାବେଳେ ଗ୍ରାମବାସୀ ସହଯୋଗ କରୁଛନ୍ତି। ଶୁକ୍ରବାର ଶ୍ରୀରାମ ନବମୀ ସହ ଅଖଣ୍ଡ ନାମଯଜ୍ଞ ଚାଲି ଶନିବାର ଦିନ ପୂର୍ଣ୍ଣାହୁତି ସହ ସମାପନ ହେବବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ରହିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.