ବ୍ରହ୍ମପୁରରୁ କୋଟଗଡ ନୂତନ ସରକାରୀ ବସ୍ ସେବା ଆରମ୍ଭ : ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ବ୍ରହ୍ମପୁର ଠାରୁ କୋଟଗଡ ପର୍ଯ୍ୟନ୍ତ ଏକ ନୂତନ ମାର୍ଗରେ ଶୀତତାପ ନିୟନ୍ତ୍ରିତ ସରକାରୀ ବସ୍ ସେବା ବୁଧବାର ଠାରୁ ଆରମ୍ଭ ହୋଇଛି । ଏହି ବସ୍ ସେବା ଆରମ୍ଭ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଓ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା। ନୂତନ ବସ୍ ବ୍ରହ୍ମପୁର ଠାରୁ କୋଟଗଡ଼ ଭାୟା- କଳିଙ୍ଗା, ଜି.ଉଦୟଗିରି, ରାଇକିଆ, କ. ନୂଆଗାଁ,ବାଲିଗୁଡ଼ା, ତୁମୁଡିବନ୍ଧ ଓ କୋଟଗଡ ମାର୍ଗରେ ଚଳାଚଳ କରିବ। ଏହା ଦ୍ୱାରା ଜିଲ୍ଲାର ଲୋକମାନେ ସହଜ ଏବଂ ସୁବିଧାଜନକ ସ୍ଥିତିରେ ଯାତାୟାତ କରିବା ସହ ଅଞ୍ଚଳ ବାସୀ ଙ୍କ ବ୍ୟବସାୟୀ ମାନଙ୍କ ପେଣ୍ଠ ସ୍ଥଳୀ ବ୍ରହ୍ମପୁର ସହ ବ୍ୟବସାୟିକ ଉନ୍ନତି ହୋଇପାରିବ ବୋଲି ଅଞ୍ଚଳ ବାସୀ ଆଶା ରଖିଛନ୍ତି l ସମ୍ପ୍ରତି ଏହି ସରକାରୀ ବସ ବ୍ରହ୍ମପୁରରୁ ରାତି ୩:୨୫ ରେ ଛାଡିବା ସହିତ ଆସ୍କା ୦୪:୨୯ ରେ, ଭଞ୍ଜନଗର ୦୫:୩୮ ରେ, କଳିଙ୍ଗା ୦୬:୪୫ରେ, ଘୁ.ଉଦୟଗିରି ୦୭:୦୭ ରେ, ରାଇକିଆ ୦୭:୫୩ରେ , ବାଲିଗୁଡ଼ା ୦୯:୦୯ ରେ ଏବଂ କୋଟଗଡ଼ ରେ ସକାଳ ୧୦:୩୯ରେ ପହଞ୍ଚିବ। ପୁଣି
କୋଟଗଡ଼ରୁ ଦିନ ୨:୪୦ ରେ ବସ୍ ଛାଡ଼ି ତୁମୁଡିବନ୍ଧ ରେ ୦୩:୧୦, ବାଲିଗୁଡ଼ା ରେ ୦୪:୧୫ ରେ, ରାଇକିଆରେ ୦୫:୨୬, ଘୁ.ଉଦୟଗିରିରେ ୦୬:୦୬, କଳିଙ୍ଗା ରେ ୦୬:୨୦ ରେ, ଭଞ୍ଜନଗର ରେ ୦୭:୩୧ରେ , ଆସ୍କାରେ ୦୮:୩୯, ହୋଇ ବ୍ରହ୍ମପୁରରେ ରାତି ୯:୪୩ ରେ ପହଞ୍ଚିବ ବୋଲି ଜଣାପଡିଛି l ଏହି ନୂତନ ବସ୍ ସେବା ଆରମ୍ଭ ହୋଇଥିବାରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହିତ ରାଜ୍ୟର ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ସିଧାସଳଖ ସୁବିଧା ଏବଂ ସଠିକ ସମୟରେ ଯୋଗାଯୋଗ ବୃଦ୍ଧି ପାଇବ। ଆଗାମୀ ଦିନରେ ମଧ୍ୟ ଏପରି ଅନ୍ୟାନ୍ୟ ମାର୍ଗରେ ସରକାରୀ ବସ୍ ସେବା ଆରମ୍ଭ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.