ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ରେ ବ୍ଲକ ପ୍ରଶାସନ ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଯୋଗଦେଇ ପାନୀୟ ଜଳ ପ୍ରକଳ୍ପ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଡ଼ିଓ ଡ଼. ହିମାଞ୍ଚଲ ମାଝୀ,ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ପଞ୍ଚାୟତ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ, ବରିଷ୍ଠ ବିଜେପି ନେତା ଗୋପିଚନ ନାଏକ,ସଞ୍ଜୟ ସିଂହଳ,ସୁରେଶ ଅଗ୍ରୱାଲ, ରବି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ପାନୀୟ ଜଳ ପ୍ରକଳ୍ପ କୁ ପଞ୍ଚାୟତ ର ଜନ ସାଧାରଣ ଙ୍କ ପାଇଁ ଲୋକାର୍ପିତ କରିଥିଲେ। ଏହି ଅବସରରେ ଶିଉନି ଗ୍ରାମ ର ସଚେତନ ନାଗରିକ ହିମାଞ୍ଚଳ ପୁଝାରି, ନରେନ୍ଦ୍ର ଧଙ୍ଗଡା ମାଝୀ, ସୁମନ୍ତ କୁମାର ପଣ୍ଡା, ଭୁବନେଶ୍ୱର ଦିଶାରୀ, ବୈଦ୍ୟନାଥ ପଣ୍ଡା, ପରମେଶ୍ବର ଧଙ୍ଗଡା ମାଝୀ, ଭୁବନେଶ୍ୱର ପୁଝାରି, ଗୋପବନ୍ଧୁ ବିହାର ଉପସ୍ଥିତ ରହି ବ୍ଲକ ପ୍ରଶାସନ କୁ ଧନ୍ୟବାଦ ଦେଇଥିଲେ।କାର୍ଯ୍ୟକ୍ରମ ପରିଶେଷରେ ଭୁବନେଶ୍ୱର ଦିଶାରୀ ଧନ୍ୟବାଦ ଅର୍ପଣ କରିଥିଲେ।





