ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ଶିଶୁ ସୈନିକ ବିଦ୍ୟାଳୟରେ ହର୍ଷ ଉଲ୍ଲାସର ସହ ଶ୍ରୀରାମ ନବମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଚାଳନା ସମିତି ସମ୍ପାଦକ ଅନ୍ତର୍ଯ୍ୟାମୀ ରାଜପଲିଆ ମୁଖ୍ୟ ଅତିଥି, ଅଭିଭାବକ ଆକାଶ ବନଛୋର, ପବିତ୍ର ଟାଣୀ, ଫାଲ୍ଗୁନୀ ବଗର୍ତ୍ତୀ, ଅର୍ଜୁନ ଖର୍ସେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଶିଶୁବକ୍ତା ଭାବେ ପରିତୋଷ ନାଏକ, ଦୁର୍ବାଦଳ ସାହୁ, ଅମ୍ରିତା ରାଜପଲିଆ, ଚୁମକି ଦୀପ, ଆରୋହୀ ରାଜପଲିଆ, ତୃପ୍ତିମୟୀ ମେହେର ବକ୍ତବ୍ୟ ଉପସ୍ଥାପନ କରିଥିଲେ |ଦୀକ୍ଷାଂଶା ରାଜପଲିଆ, ପ୍ରତୀକ୍ଷା ନାଗ, ପ୍ରିୟାଂଶୀ ବଗର୍ତ୍ତୀ, ରୁତ୍ଵିକା ରାଜପଲିଆ, ଲକ୍ଷ୍ମୀ ଧରୁଆ, ପ୍ରିୟାଂଶୀ ରାଜପଲିଆ ସମବେତ ସଙ୍ଗୀତ ଗାନ କରିଥିଲେ | ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ ଅତିଥି ପରିଚୟ ଓ ବୈଜୟନ୍ତୀ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ | ଏହାପରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଶୋଭାଯାତ୍ରା ସହ ନଗର ପରିକ୍ରମା କରିଥିଲେ | ଲିନା ବାରିକ, ଜାଗୃତି ରାଜପଲିଆ, ନେନ୍ସୀ ରାଜପଲିଆ, ସାନାୟା ବିଶ୍ୱାସ, ଆଂଶୀ ଥନାପତି, ବନ୍ଦନା ସେଠିଆ, ନମ୍ରତା ସେଠିଆ, ଆଦ୍ୟାଂଶା ବନଛୋର, ସୋମନାଥ ତାଣ୍ଡି, ମୋହିତ ତାଣ୍ଡି, ଅମ୍ଲାନ ମୁଦୁଲି, ପିୟୁଷ ବାଗ, ପ୍ରିତମ କଇଣ୍ଡା, ଗୌରବ ଭାଟି, ଅମରନାଥ ବୁଡ଼େକ, ବିହାନ୍ତ ଭୋଇ, ଶ୍ରେୟାଂଶ ବେହେରା, ଆଭାସ ରାଜପଲିଆ, ଅମରେନ୍ଦ୍ର ବାରିକ, ଦେବଦର୍ଶିତ ବରିହା, ସ୍ୱରାଜ ବାରିକ, ୟଶରାଜ ଚାନ୍ଦ, ଜୁନୁନ ଖର୍ସେଲ ପ୍ରମୁଖ ଛାତ୍ରୀଛାତ୍ର ଶ୍ରୀରାମ, ଲକ୍ଷ୍ମଣ, ବୀର ହନୁମାନ ଆଦି ପୌରାଣିକ ଚରିତ୍ରଙ୍କ ବେଶ ଧାରଣ କରିଥିଲେ | ତରଣୀ ଖର୍ସେଲ, ବୁଲୁ ପୁଟେଲ, ଘନ ବୁଡ଼େକ, ଗୀତାଞ୍ଜଳି ବରିହା, ଖିମେଶ୍ୱରୀ ବାଗ, ଶ୍ରଦ୍ଧାଞ୍ଜଳି ବେହେରା ପ୍ରମୁଖଙ୍କ ସମେତ ଶତାଧିକ ଅଭିଭାବକ, ଶୁଭାକାଂକ୍ଷୀ ଉପସ୍ଥିତ ରହିଥିଲେ | ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |





