ଲିଙ୍ଗରାଜ ଆଜାଦ ଓ ସୁରେଶ ସଂଗ୍ରାମଙ୍କୁ ମିଥ୍ୟା ଆରୋପ ଲଗାଇ ଗିରଫକୁ ନେଇ ପ୍ରତିବାଦ ଏବଂ ସାମ୍ବାଦିକ ସମ୍ମିଳନୀ

ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ଦଳିତ ନେତା ଚିତ୍ତ ନିଆଲ ଓ ବରିଷ୍ଟ ସିପିଆଇ ନେତା ଦାମୋଦର ବେହେରା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଦଳିତ ଆଦିବାସୀଙ୍କ ହକ୍ ଓ ଜଙ୍ଗଲ ଜମି ପାଇଁ ଅହରହ ଲଢୁଥିବା ସଂଗ୍ରାମି ଲିଙ୍ଗରାଜ ଆଜାଦ ଓ ସୁରେଶ ସଂଗ୍ରାମି ଙ୍କୁ ମିଥ୍ୟା ଅଭିଯୋଗ ରେ ଗିରଫ ପ୍ରତିବାଦ ରେ ଆଜି ଜୁନାଗଡ ଠାରେ ଦଳିତ ମଂଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜଳ ଜମି ଜଙ୍ଗଲ ର ସୁରକ୍ଷା ପାଇଁ ଅହରହ ଆନ୍ଦୋଳନ କରୁଥିବା ଲିଙ୍ଗରାଜ ଆଜାଦ ଓ ସୁରେଶ ସଂଗ୍ରାମଙ୍କୁ ମିଥ୍ୟା ଆରୋପ ଲଗାଇ କଳାହାଣ୍ଡି ପୁଲିସ ପକ୍ଷରୁ ଗିରଫ କରାଯାଇଥିବା ଅଭିଯୋଗ କରିଛି ଦଳିତ ଅଧିକାର ମଞ୍ଚ । ଏହି ଦୁଇଜଣଙ୍କୁ ନିସ୍ୱାର୍ଥ ଖଲାସ କରିବା ପାଇଁ ଆଜି ଜୁନାଗଡ଼ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳିତ ଅଧିକାରୀ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେବା ସହ ରାଜ୍ୟ ସରକାରଙ୍କ ଉପରେ ସାମ୍ବାଦିକ ସମ୍ମିଳନୀ ରେ ବର୍ଷି ଛନ୍ତି ଦଳିତ ମଞ୍ଚ ର ଆବାହକ ତଥା ବରିଷ୍ଟ ସିପିଆଇ ନେତା ଦାମୋଦର ବେହେରା ଦଳିତ ମଂଚ ର ଚିତ୍ତ ନିଆଲ । ଯଦି ଏହି ଦୁଇଜଣଙ୍କୁ ନିସର୍ତ୍ତ ରେ ଖଲାସ ନ କରାଯାଏ ତାହେଲେ ଆଗାମୀ ଦିନରେ ଏହି ମଞ୍ଚ ପ୍ରଶାସନକୁ ଉଚିତ ଜବାଵ ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମିଳନୀରେ ଦଳିତ ମଞ୍ଚର ରାଜା ରାମ ଡଙ୍ଗରି,ନବୀନ କଙ୍କରି,ସୁନ୍ଦର ଲାଲ କୁମାର, ସରତ ସୁନାନୀ ପ୍ରମୂଖ ଉପସ୍ଥିତ ରହିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.