ସ୍ରଷ୍ଟା ନାଟ୍ୟାନୁଷ୍ଠାନ ଦ୍ଵାରା ବିଶ୍ଵ ନାଟ୍ୟ ଦିବସ ଅବସରରେ ମଞ୍ଚସ୍ଥ ହେଲା ପୀତାମ୍ବର ଦାସଙ୍କ ନାଟକ ‘ହୃଦୟର ଘର’

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଗତକାଲି ସ୍ରଷ୍ଟା ନାଟ୍ୟ ଅନୁଷ୍ଠାନ ଓ ବାଲେଶ୍ଵର ଜିଲ୍ଲା ପ୍ରଶାସନ ସହାୟତାରେ ମାକଲପୁର ସ୍ଥିତ ନିଜସ୍ୱ ପ୍ରେକ୍ଷାଳୟରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ‘ସ୍ରଷ୍ଟା’ର ସମ୍ପାଦକ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଏଥିରେ ପୌରୋହିତ୍ୟ କରିଥିଲେ ।ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ଵିନୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ, ଭାଷା ବିକାଶ ଆନ୍ଦୋଳନର ସମ୍ପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ‘ସ୍ରଷ୍ଟା’ର ସଭାପତି ଆଲୋକ କୁମାର ସାହୁ, ସଂଗ୍ରାମ କେଶରୀ ମହାନ୍ତି, ପ୍ରସନ୍ନ କୁମାର ଦାସ ପ୍ରମୁଖ ନାଟକ କିଭଳି ସାମାଜିକ ଜୀବନରେ ଘଟୁଥିବା ନିତି ଦିନିଆ ଘଟଣା ମାନ ପ୍ରଦର୍ଶିତ କରି ସମାଜକୁ ଦିଗ୍ ଦର୍ଶନ ଦେଇ ଏକ ଯୁକ୍ତାତ୍ମକ ପରିବର୍ତ୍ତନ ଆଡ଼କୁ ନେଇ ଯାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଶ୍ରୀ ମହାପାତ୍ର ନାଟକ କେବେ ଓ କେଉଁ ପରିସ୍ଥିତିରେ ମଞ୍ଚସ୍ଥ ହୋଇଥିଲା ଓ କିଏ କାହିଁକି ମଞ୍ଚସ୍ଥ କରିବାର ପ୍ରୟାସ କରିଥିଲେ, ନାଟକ ଲେଖିବାର ଉଦ୍ଦେଶ୍ୟ କଣ, କଳାକାର ମାନଙ୍କର ନିଖୁଣ ଅଭିନୟ କଳା କିପରି ଦର୍ଶକଙ୍କୁ ଅଭିଭୂତ ଓ ଆମୋଦିତ କରି ମନୋରଞ୍ଜନର ଖୋରାକ ଯୋଗାଇବା ସଙ୍ଗେ ସଙ୍ଗେ ହୃଦୟରେ ଏକ ବିରାଟ ଶୁଭ ପରିବର୍ତ୍ତନର ତରଙ୍ଗ ସୃଷ୍ଟି କରାଏ, ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ବିଶିଷ୍ଟ ଅଭିନେତ୍ରୀ ସ୍ଵାତୀ ପଣ୍ଡାଙ୍କୁ ‘ସ୍ରଷ୍ଟା’ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶ୍ରୀ ପ୍ରସନ୍ନ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବିଶ୍ଵ ନାଟ୍ୟ ଦିବସ ଉପଲକ୍ଷେ ‘ସ୍ରଷ୍ଟା’ର ସଭ୍ୟ ନାଟ୍ୟକାର ପୀତାମ୍ବର ଦାସଙ୍କ ରଚିତ ନାଟକ ‘ହୃଦୟର ଘର’ ବିଶିଷ୍ଟ ନିର୍ଦ୍ଦେଶକ ଓ କଳାକାର ଗୌରୀ ଶଙ୍କର ସାହାଣୀଙ୍କ ମାର୍ଗଦର୍ଶନରେ ଓ ରଶ୍ମିରଞ୍ଜନ ଦାସଙ୍କ ମଞ୍ଚସ୍ଥ ହୋଇଥିଲା। ନାଟକର ସଙ୍ଗୀତ ପରି ରଶ୍ମିରଞ୍ଜନ। ନାଟକର ବିଷୟବସ୍ତୁ ଦର୍ଶକଙ୍କୁ ଆକର୍ଷିତ କରିଥିବା ବେଳେ ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ କଳାକାର ରତିକାନ୍ତ ମଲିକ, ମଦନ ମୋହନ ସାହୁ, ଦିବାକର ମହାନ୍ତି, ଶ୍ୟାମରାଇ କାର, ସରୋଜ କୁମାର ରାଉତ, ସୌରଜିତ ସାହୁ, ଋତୁରାଜ ବାରିକ, ପୁଷ୍ପିତା ପାଢ଼ୀ, ସ୍ୱାଗତିକା ବାରିକ ଓ ଅନୁଭା ଶତପଥୀ ପ୍ରମୁଖ କଳାକାର। ସେମାନଙ୍କ ନିଖୁଣ ଅଭିନୟ ସମସ୍ତଙ୍କୁ ବିମୋହିତ କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.