ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଣ୍ଡେଲ ସ୍ଥିତ ନର୍ଲା ବ୍ଲକ ଯାଦବ ଭବନ ଠାରେ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କର୍ମକର୍ତ୍ତା ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଗଉଡଙ୍କ ତତ୍ବାବଧାନରେ ସହକାରୀ ନିର୍ବାଚନ ଅଧିକାରୀ ପିତବାସ ବେହେରା, ସହାୟକ ଟିମ୍ ଡିଲେଶ କୁମାର ନାଗ, ଦୁର୍ଯ୍ୟୋଧନ ବାଗ, ତ୍ରିଲକ୍ଷ ନାଏକ, ଭକ୍ତ ଗହିର, ଅରବିନ୍ଦ ଗହିର, ମାର୍କଣ୍ଡ ଜାଲ ଓ କୃତି ବାଗ ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ। ପର୍ଯ୍ୟବେକ୍ଷକ ଭାବେ ଅଖିଳ ଭାରତ ବର୍ଷିୟ ଯାଦବ ମହାସଭାର ସମ୍ପାଦକ ରାଜୁ ଘିଭେଲା ଓ ଉତ୍କଳ ଯାଦବ ମହାସଭାର ସମ୍ପାଦକ ତ୍ରିଲୋଚନ ନାଗ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ନୂତନ ସଭାପତି ଭାବେ ନୃପରାଜ ଯାଦବ ଏବଂ ସାଧାରଣ ସମ୍ପାଦକ ଭାବେ ତ୍ରିପୁରା ନାଏକ ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ କମଲ ବାଗ, ଅଲେଖ ଚନ୍ଦ୍ର ଗୋପାଳ, ଜଗଦୀଶ ଯାଦବ ଓ ଯୁଧିଷ୍ଠିର ଗଉଡ, ଯୁଗ୍ମ ସମ୍ପାଦକ ଭାବେ ଡମ୍ବରୁଧର ଖର୍ସେଲ, ପୂର୍ଣ୍ଣଚନ୍ଦ୍ର ଗଉଡ, ବିଶ୍ବରଞ୍ଜନ ଧଙ୍ଗଡାମାଝୀ ଏବଂ କୋଷାଧ୍ୟକ୍ଷ ଭାବେ ଅର୍ଜୁନ ଭାଟି ନିର୍ବାଚିତ ହୋଇଛନ୍ତି। ଏଥିରେ ଜିଲ୍ଲାର ସମସ୍ତ ବ୍ଲକ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମକର୍ତ୍ତା ଏବଂ ଯାଦବମାନେ ଉପସ୍ଥିତ ଥିଲେ। ରବିବାର ‘ନବମ ଯାଦବ ମହାସଭା-୨୦୨୬’ ଅନୁଷ୍ଠିତ ହେବବୋଲି କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ପରିଚାଳନାରେ ନର୍ଲା ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ଉପସଭାପତି ଦୁଲ୍ଲଭ ମାହାର, ସୁନୀଲ କୁମାର ଧଙ୍ଗଡାମାଝୀ, ବ୍ଲକ ସାଧାରଣ ସମ୍ପାଦକ ମଧୁସୂଦନ ରାଉତ, ଯୁଗ୍ମ ସମ୍ପାଦକ ଅଜିତ କରୁଆଁ, କୋଷାଧ୍ୟକ୍ଷ ଗିରିଧାରୀ ଗଉଡ, ନର୍ଲା ଆଞ୍ଚଳିକ ଯାଦବ ସମିତି ସଭାପତି ସୁଧୀର ନାଏକ, ବରିଷ୍ଠ ଯାଦବ ନେତୃତ୍ୱ ମୋହନ ବାଗ, ଦେବରାଜ ବଗର୍ତ୍ତୀ ଏବଂ ଜିଲ୍ଲାର ସମସ୍ତ ବ୍ଲକ, ଏନଏସି, ମ୍ୟୁନିସିପାଲଟି, ପଞ୍ଚାୟତ ଏବଂ ଗ୍ରାମ୍ୟ ଯାଦବ କମିଟିମାନେ ବିଶେଷ ସହଯୋଗ କରୁଛନ୍ତି।





