ବିଭିନ୍ନ ପ୍ରସଙ୍ଗ ନେଇ ବିଡ଼ିଓଙ୍କୁ ସାକ୍ଷାତ କଲେ ନର୍ଲା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସୋମବାର ଦିନ ନର୍ଲା ବ୍ଲକର ଅନେକ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ ଓ ସମିତି ସଦସ୍ୟ ସଂଘ ସଭାପତି ଜୟ ମେହେର ଙ୍କ ନେତୃତ୍ୱରେ ଆସିଥିବା ଜନପ୍ରତିନିଧି ମାନେ ବିଡ଼ିଓଙ୍କୁ ବିଭିନ୍ନ ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ରଖିଥିଲେ। ନିକଟରେ ଏକ ନିର୍ଦ୍ଦିଷ୍ଟ ଦଳ ବ୍ଲକରେ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ରଖିଥିଲେ, କିନ୍ତୁ ବ୍ଲକରେ କୌଣସି ପ୍ରକାରର ଦୁର୍ନୀତି ହେଉନଥିବା ତଥା ସମସ୍ତ କାର୍ଯ୍ୟ ସରକାରୀ ନିୟମାନୁସାରେ ହେଉଥିବା ନେଇ ବିଡ଼ିଓଙ୍କୁ କହିଥିଲେ ପ୍ରତିନିଧି ମଣ୍ଡଳୀ। ଅନ୍ୟ ବ୍ଲକ ଅପେକ୍ଷା ନର୍ଲାରେ ପାନୀୟ ଜଳର ସୁବନ୍ଦୋବସ୍ତ ଅଛି, ଯାହାବି ଛୋଟମୋଟ ଅସୁବିଧା ଅଛି ତାହାକୁ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ସମାଧାନ କରିବାର ପ୍ରୟାସ କରାଯାଉଛି। ଜନପ୍ରତିନିଧି ଦଳମତ ନିର୍ବିଶେଷରେ ସମସ୍ତ ଜନସାଧାରଣଙ୍କ ପାଇଁ ସେବା କରିଥାନ୍ତି, ତେଣୁ ଅଯଥା ସେମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନକରିବାକୁ ସେମାନେ ମତ ରଖିଛନ୍ତି। ଏହାସହ ନର୍ଲା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ତହସିଲଦାର ଆଣିଥିବା ଅଭିଯୋଗ ଉପରେ ମଧ୍ୟ ଜନପ୍ରତିନିଧି ମାନେ ମତବ୍ୟକ୍ତ କରିଥିଲେ। ଜନପ୍ରତିନିଧି ମାନଙ୍କ କହିବା ଅନୁସାରେ ଏହା ରାଜନୈତିକ ଅଭିସନ୍ଧି ନେଇ ଶାସକ ଦଳର ଫାନ୍ଦ। ବ୍ଲକ ଅଧ୍ୟକ୍ଷ ମାସେ ତଳେ କିଛି କହିଥିବା କଥାକୁ ନେଇ ରାଜ୍ୟସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଏତଲା ଦାଏର କଲେ ତହସିଲଦାର। ଏହା ନର୍ଲା ବିଧାୟିକା ଓ ତାଙ୍କ ସ୍ବାମୀ ତଥା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଛବିକୁ ମଳିନ କରିବାକୁ ଶାସକ ଦଳର ହୀନ ରାଜନୀତି ବୋଲି ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ବାଗପୁର ସରପଞ୍ଚ ଗୋପାଳ ହାତୀ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ ଓ ଅନ୍ୟ ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା ମାନେ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ସରୋଜ ରାଉତ, ଯୁବ ନେତା ଘାସିରାମ ସାହୁ, ତହସିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.