ସଫଳତାର ସହିତ ଅନୁଷ୍ଠିତ ହେଲା ଐତିହ୍ୟ ପଦଯାତ୍ରା : ଭାଗ ନେଲେ ୨୫ ଐତିହ୍ୟ ପଦଯାତ୍ରୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ୧୪ତମ ସଂସ୍କରଣ ଗତକାଲି ରବିବାର ଦିନ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଐତିହ୍ୟାନୁରାଗୀମାନେ ବନମାଳୀପୁର ଓଉଶୁଣି ପୀଠର ବାରଭୂଜା ଚାମୁଣ୍ଡା, ପଣସପଡ଼ାର ଭଗବତୀ ମନ୍ଦିର ଓ ନାସିକର ଖଣ୍ଡେଶ୍ୱର ମହାଦେବ ମନ୍ଦିର ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ସେଠାରେ ଅବସ୍ଥିତ ପ୍ରାଚୀନ ଜୈନ, ବୌଦ୍ଧ ଓ ହିନ୍ଦୁ ଧର୍ମସମ୍ବନ୍ଧୀୟ ବିଭିନ୍ନ ମୂର୍ତ୍ତିମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ପଦଯାତ୍ରାରେ ପ୍ରାଚୀନ ମୂର୍ତ୍ତି ସୁରକ୍ଷା ଏବଂ ଅଞ୍ଚଳର ଐତିହ୍ୟ ପ୍ରଚାର ଓ ସଂରକ୍ଷଣର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ପ୍ରାୟ ୨୫ ଜଣ ଐତିହ୍ୟପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଂଯୋଜକ ଶ୍ରୀକାନ୍ତ ସିଂହଙ୍କ ନେତୃତ୍ୱରେ ବିଶ୍ୱରଞ୍ଜନ ଦେହୁରୀ, ଭଗବାନ ଦାଶ, ଶଶାଙ୍କ ଶେଖର ପଣ୍ଡା, ତ୍ରିଲୋଚନ ସ୍ୱାଇଁ, ସମ୍ବିତ ସିଂହ, ଦେବାଶିଷ ପାତ୍ର, ନୀଳାଦ୍ରି, ରତିରଞ୍ଜନ ପଣ୍ଡା, ବିକାଶ ଚନ୍ଦ୍ର ସ୍ୱାଇଁ, ଗଣେଶ କୁମାର, ଶୁଭମ, କୁନ୍ଦନ ଓ ସୌରଭ ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ଶେଷ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.