ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ,ଖଡ଼ିଆଳର ରାଜନୀତି ବିଜ୍ଞାନ ବିଭାଗ ତରଫରୁ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି l ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସୁନୀଲ କୁମାର ପାଢ଼ୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଯୁକ୍ତଦୁଇ ଅଧ୍ୟକ୍ଷ ଡ଼. ରଣବୀର ସିଂହ, ସମ୍ମାନୀତ ଅତିଥି ଭାବରେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ଼.ତରୁଣ କୁମାର ପ୍ରଧାନ,କ୍ରୀଡ଼ା ଶିକ୍ଷକ ଡ଼.ସରୋଜ କୁମାର ପଣ୍ଡା,ବିଭାଗୀୟ ଅଧ୍ୟାପିକା ବିୟୁଟି ଅଗ୍ରୱାଲ,ଅଧ୍ୟାପିକା ଅର୍ପିତା ମଞ୍ଜରୀ ପଣ୍ଡା, ଅଧ୍ୟାପିକା ପାୟଲ ପଧାନ, ଅଧ୍ୟାପକ ଜଳନ୍ଧର ଦୁରିଆ, ଅଧ୍ୟାପକ ରୁକଧର ଛତ୍ରିଆ ପ୍ରମୁଖ ମଂଚାସୀନ ହୋଇଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାଣିଜ୍ୟ ବିଭାଗର ଛାତ୍ର ସଂକଳ୍ପ ତ୍ରିବେଦୀଙ୍କ ବିୟୋଗରେ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ତଥା ଅତିଥିଗଣ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି ସହ ଶୋକସନ୍ତପ୍ତ ପରିବାରଙ୍କୁ ଧର୍ଯ୍ୟ ଓ ସାହସ ପ୍ରଦାନ ଉଦ୍ଦେଶ୍ୟରେ କାମନା କରିଥିଲେ l ଏହା ବ୍ୟତୀତ ଅତିଥି ଗଣ ଛାତ୍ର ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା, ସୁଚରିତ୍ର ଗଠନ, ସମୟାନୁବର୍ତ୍ତିତା,ନେତୃତ୍ୱ ଗଠନ, ସାମାଜିକ ନ୍ୟାୟବଦ୍ଧତା ହେବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ l ଶୃଙ୍ଖଳିତ ରାଜନୀତି ସମାଜ ଗଠନ ତଥା ଜାତି ଗଠନରେ କିପରି ନିୟୋଜିତ ହେଇପାରିବ ସେଥିପ୍ରତି ଅତିଥି ମାନେ ଆଲୋଚନା କରିଥିଲେ l ଦ୍ଵିତୀୟ ବର୍ଷ ଛାତ୍ରୀ ପରି ଟଣ୍ଡନ ଅତିଥି ଆମନ୍ତ୍ରଣ ସହ ଧନ୍ୟବାଦ ଅର୍ପଣ କରଥିବାବେଳେ ପ୍ରଥମ ଓ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରତ୍ୟୋକ୍ଷ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା l





