ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇଥିବା ଘଟଣାକୁ ବିରୋଧ;  ଏକାଠି ହେଲେ ନିୟମଗିରୀ ଡଙ୍ଗରିଆ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରୀ ରେ ବସବାସ କରୁଥିବା ଦଙ୍ଗରିଆ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସ|ଲୀ ପଞ୍ଚାୟତ ସଦର ମୋହକୁମା ଠାରେ ନିୟମଗିରୀ ସୁରକ୍ଷା ସମିତିର ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ନିୟମଗିରି ଉପରେ ରହୁଥିବା ସମସ୍ତ ଗାଁ ର ଡଙ୍ଗରିଆ ଉପସ୍ଥିତ ଥିଲେ । ଲଦ ଶିକକା କହିବା ଅନୁଯାୟୀ ଗତ ମାର୍ଚ୍ଚ ୨୫ ତାରିଖ ଦିନ ମଧ୍ୟାହ୍ନ ସମୟରେ ଲିଙ୍ଗରାଜ ଆଜାଦଙ୍କୁ ଭବାନୀପାଟଣାସ୍ଥିତ ତାଙ୍କ ନିଜ ଘରୁ ଉଠାଇ ନେଇଛି ପୋଲିସ। ବିନା କାରଣରେ କ’ଣ ପାଇଁ ଉଠାଇ ନେଇଛି ପୋଲିସ ବୋଲି ନିୟମଗିରୀ ସୁରକ୍ଷା ସମିତିର ସଭାପତି ଲଦ ସିକ୍‌କା ପ୍ରଶ୍ନ କରିବା ସହ ଜଳ,ଜମି ଓ ଜଙ୍ଗଲକୁ ଛଡାଇ ନେଇ କମ୍ପାନୀ କୁ ହସ୍ତାନ୍ତର କରିବାକୁ ଚେଷ୍ଟା କରୁଥିବା ସମ୍ବିଧାନ ବିରୋଧି କହି ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ । ଲିଙ୍ଗରାଜ ଆଜାଦ ଏବଂ ସୁରେଶ ସଂଗ୍ରାମକୁ ମିଥ୍ୟା ଅଭିଯୋଗରେ ଭବାନୀପାଟଣା ପୋଲିସ ଉଠାଇ ନେଇଛି । ସେଥିପାଇଁ ଆମେ ନିୟମଗିରୀ ସୁରକ୍ଷା ସମିତି ଦାବି କରୁଛୁ ଏହି ମିଥ୍ୟା ଅଭିଯୋଗ ପ୍ରତ୍ୟାହାର କରାଯାଇ ତାଙ୍କୁ ତୁରନ୍ତ ମୁକ୍ତ କରାଯିବାକୁ ଦାବି ହୋଇଛି। ଯଦି ପୋଲିସ ନ ଛାଡ଼େ ତା ହେଲେ ଆମେ ଆଗାମୀ ଏପ୍ରିଲ ୮ ତାରିଖରେ ଭବାନୀପାଟଣା ଠାରେ ବିଶାଳ ଆନ୍ଦଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀ ରେ ନିୟମଗିରୀ ସୁରକ୍ଷା ସମିତିର ସଭାପତି ଲଦ ସିକକା, ଦଦି ସିକକା, ଡ୍ରିକା କାଡ୍ରାକା, ସମ୍ବା ହୁଇକାଙ୍କ ସହ ନିୟମଗିରୀ ଉପରେ ବସବାସ କରୁଥିବା ଅନେକ ଡଙ୍ଗରିଆ ମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.