ସ୍ବତନ୍ତ୍ର ଉନ୍ନୟନ ପରିଷଦର ନୂତନ ଦାୟିତ୍ୱ ମିଳବା ପରେ ମାଁ ମାଣିକେଶ୍ବରୀଙ୍କ ଦର୍ଶନ କଲେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ବିଜୟ ଦିଶାରି ଓ ଉପାଧ୍ୟକ୍ଷ ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରିନା ଭୋଇ ନିଯୁକ୍ତ ହୋଇଛନ୍ତି। ଆଜି ଅଧ୍ୟକ୍ଷ ବିଜୟ ଦିଶାରି ଓ ଉପାଧ୍ୟକ୍ଷା ରୀନା ଭୋଇ ଭବାନୀପାଟଣା ପହଞ୍ଚି ମାଁ ମାଣିକେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ସେମାନେ ସର୍କିଟ ହାଉସଠାରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କୁ ଭବାନୀପାଟଣା ନଗର ମଣ୍ଡଳ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନଗର ସଭାପତି ଚିତ୍ତରଂଜନ ପାତ୍ର, ଜିଲ୍ଲା ସମ୍ପାଦକ ସନ୍ତୋଷ ବିଶି, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ସୋଭାଗିନି ପାତ୍ର, ନଗର ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ତଥା ଗତ ନିର୍ବାଚନର ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ଅନାମ ନାଏକ, ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶରତ ନାଏକ, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅଭିନାଶ ନନ୍ଦଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.