ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସ୍କୁଲ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆ ଅଧ୍ୟକ୍ଷତା କରିଥିବା ବେଳେ ପରିଚାଳନା କମିଟି ସମ୍ପାଦକ ଅନ୍ତର୍ଯ୍ୟାମୀ ରାଜପଲିଆ ଅତିଥି ଭାବେ ଯୋଗଦେଇ ଶିଶୁଙ୍କ ସର୍ବାଙ୍ଗୀନ ବିକାଶରେ ଅଭିଭାବକଙ୍କ ଭୂମିକା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ | ଶିକ୍ଷୟିତ୍ରୀ ବୈଜୟନ୍ତୀ ମହାକୁର ସ୍ୱାଗତ ସମ୍ଭାଷଣ ଦେଇଥିଲେ | ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ, ବନ୍ଦନା ରଣା, ସାବିତ୍ରୀ ରାଜପଲିଆ, ଶିକ୍ଷକ ମୁରଲୀ ହାତୀଖୁଜିଆ, ପ୍ରହ୍ଲାଦ ସିନ୍ଧ୍ରୀଆ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ପ୍ରଗତି ସୂଚନା ଉପସ୍ଥାପନ କରିଥିଲେ | ଅଭିଭାବକ ରାଜୁ କଲେତ, ବରୁଣ ରାଜପଲିଆ, ଆକାଶ ଦାସ, ଇନ୍ଦ୍ରଜିତ ରାଜପଲିଆ, କିଶୋର ମଲ୍ଲିକ, ନିରୋଜ ଚାନ୍ଦ, ଆକାଶ ବନଛୋର, ବିଜୁ ଖର୍ସେଲ, ବିପିନ୍ଦ୍ର ପୁଟେଲ, ଆଶୁତୋଷ ରାଜପଲିଆ, ଉଗ୍ରସେନ ରାଜପଲିଆଙ୍କ ସମେତ ବହୁ ସଂଖ୍ୟାରେ ଅଭିଭାବକ ସାମିଲ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଶେଷରେ ଶିକ୍ଷୟିତ୍ରୀ ସଂଗୀତା ବାଗ ଧନ୍ୟବାଦ ଅର୍ପଣ କରିଥିଲେ |





