ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲା ସଭାପତି ବୃନ୍ଦାବନ ବାରିକ ଙ୍କ ସଭାପତିତ୍ବ ରେ ବାଲିପଡ଼ା ବଜାର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ବାରିକ ସମାଜର କାର୍ଯ୍ଯକାରିଣୀ ବୈଠକ। ଉକ୍ତ ବୈଠକରେ ଜିଲ୍ଲା ଉପ ସଭାପତି ରଘୁନାଥ ବାରିକ, ପ୍ରହଲ୍ଲାଦ ବାରିକ, ଜିଲ୍ଲା କୋଷାଧ୍ୟକ୍ଷ ଦୁଃଖୁରାମ ବାରିକ, ହେମସାଗର ବାରିକ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟା ଦିପାଞ୍ଜଳି ବାରିକ, ପୁଷ୍ପାଞ୍ଜଳି ବାରିକ, ସାଧୁରାମ ବାରିକ, ଭୁବନ ବାରିକ, ଶରତ ବାରିକ, ପରମେଶ୍ବର ବାରିକ ଭବାନୀପାଟଣା ଜୋନ ସଭାପତି ପାରେଶ୍ୱର୍ ବାରିକ, ଗୋଲାମୁଣ୍ଡା ଜୋନ ସଭାପତି ଅଭିରାମ ବାରିକ, ଧର୍ମଗଡ ସଭାପତି ଅରକ୍ଷିତ ବାରିକ, କର୍ଲାମୁଣ୍ଡା ଜୋନ ସଭାପତି ମନୋଜ ବାରିକ, ନର୍ଲା ଜୋନ ସଭାପତି ପ୍ରହଲ୍ଲାଦ ବାରିକ, ତଥା ସମସ୍ତ ଜୋନ ର ସଂପାଦକ ଉପସ୍ଥିତ ଥିଲେ। ଜିଲ୍ଲା ସମ୍ପାଦକ ନିର୍ମଳ ବାରିକ ସମ୍ପାଦକୀୟ ଅଭିଭାଷଣ ରଖିଥିଲେ ଓ ଆସନ୍ତା ମଇ ମାସରେ କଳାହାଣ୍ଡି ଜିଲ୍ଲା ଆରଣ୍ୟକ ବାରିକ ସମାଜ ର ବାର୍ଷିକଉତ୍ସବ ଆୟୋଜନ ଉପରେ ଆଲୋଚନା କରାଗଲା।ଶେଷରେ ନର୍ଲା ଜୋନ ସଂପାଦକ ଡିଙ୍ଗର ବାରିକ ଧନ୍ୟବାଦ୍ ଦେଇଥିଲେ। ଆଜିର ଏହି ସଭାରେ ନର୍ଲା ଯୋନ ର ଯୁବ କାର୍ଯ୍ୟକର୍ତ୍ତା ଅଶୋକ କୁମାର ବାରିକ, ସଭକର ବାରିକ, ଅଜିତ ବାରିକ, ସନ୍ତୋଷ ବାରିକ, ଦିବାକର ବାରିକ, ପ୍ରେମ ବାରିକ, ସୋମନାଥ ବାରିକ, ପିଣ୍ଟୁ ବାରିକ, ପ୍ରଶାନ୍ତ ବାରିକ, ନରେଶ ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।





