ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସଦର ବ୍ଲକ ଅନ୍ତର୍ଗତ ଡୁମେରବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ମହା ଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି।
ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷାର୍ଥୀମାନେ ସ୍ଵାଗତ ନୃତ୍ୟ ପରିବେଷଣ କରିଥିଲେ। ଗୀତ ଓ ନୃତ୍ୟର ତାଳେ ତାଳେ ଅତିଥି ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ନବାଗତ ଶିକ୍ଷାର୍ଥୀମାନଙ୍କୁ ଫୁଲ ଚନ୍ଦନ ଓ ଚକୋଲେଟ୍ ଦେଇ ପାଛୋଟି ନେଇଥିଲେ।

ପରେ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ବହିଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ସାଧୁରାମ ଭୋଇ, ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ଚନ୍ଦ୍ର ମୁଣ୍ଡ ଓ ହୃଷିକେଶ ନାଏକ, ଯୁବ ଗାଳ୍ପିକ ଡିଲେଶ୍ଵର ରଣା ଓ ସୁଧୀର କୁମାର ଧଙ୍ଗଡ଼ାମାଝୀ, ଦେପୁର ସିଆରସିସି ସୂର୍ଯ୍ୟ ନାରାୟଣ ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଉମାକାନ୍ତ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ।

ଶିକ୍ଷକ ବିନୋଦ ବିଶି ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ୍ଷିତ୍ରୀ ଲୋଟସ୍ ତ୍ରିପାଠୀ, ଶୁଭଶ୍ରୀ ମାଝୀ, ଅସୀମ ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଅତିଥିମାନେ ଶିଶୁବାଟିକା ଶ୍ରେଣୀର ନବାଗତ ଶିକ୍ଷାର୍ଥୀମାନଙ୍କୁ ଖଡ଼ି ଛୁଆଁଇ ଥିଲେ।

ପରେ ପରେ ସେମାନେ ବିଦ୍ୟାଳୟ ପରିସର ଓ ଶିକ୍ଷଣ ସାମଗ୍ରୀ ପରିଦର୍ଶନ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଅଭିଭାବକ ଉପସ୍ଥିତ ଥିଲେ।





