ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡିର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସେବାଜଗତର ୩୪ତମ ପ୍ରତିଷ୍ଠା ଉତ୍ସବ ବୁରାଟ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି | ସେବାଜଗତର ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଭାବେ ସେବାଜଗତ ର ପୂର୍ବତନ ସଭାପତି ଧନସିଂ ମାଝୀ, ସାମ୍ବାଦିକ ହେମନ୍ତ ସାହୁ ଉପସ୍ଥିତ ରହି ୩୪ ବର୍ଷର ଏହି ସଫଳତା ସମ୍ପର୍କରେ ଦୃଷ୍ଟି ପାତ କରିଥିଲେ | ରୋଶନାରା ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥବା ବେଳେ କର୍ମୀ ପ୍ରଦୀପ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟ ରେ ଶଙ୍କର ସୁନା, ସୁନୀତା ତାଣ୍ଡି, ଟଙ୍କଧର ବଗର୍ତ୍ତୀ, ସୁବାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |





