ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ(ଓବିବିଏ) ପକ୍ଷରୁ ଏକ ସ୍ୱାସ୍ଥ୍ୟ ଓ ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୌରୋହିତ୍ୟରେ ସ୍ରଷ୍ଟା ନାଟ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ କଲ୍ୟାଣୀ ନନ୍ଦଙ୍କ ନିର୍ଦ୍ଦେଶନାରେ ଏକ ସମୂହ ସଂଗୀତ ପରିବେଷଣ କରାଯାଇ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ବାର୍ତ୍ତା ପ୍ରେରଣ କରାଯାଇଥିଲା। ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ସ୍ୱାସ୍ଥ୍ୟ ପାଇଁ ସମସ୍ତେ ଏକତ୍ର ଭାବରେ କାର୍ଯ୍ୟ କରିବା ଓ ବିଜ୍ଞାନକୁ ସେଥିସହ ସଂଯୁକ୍ତ କରିବା ସଂପର୍କରେ ବିଭିନ୍ନ କାହାଣୀ ଓ ଉଦାହରଣ ମାଧ୍ୟମରେ ତାଙ୍କର ବକ୍ତବ୍ୟ ରଖିଥିଲେ।
ଅତିଥି ଭାବରେ ଯୋଗ ଦେଇଥିବା ଶଲ୍ୟଚିକିତ୍ସା ବିଶେଷଜ୍ଞ ଡାକ୍ତର ରଞ୍ଜନ କୁମାର ପାଢ଼ୀ ବିଶ୍ୱସ୍ୱାସ୍ଥ୍ୟ ଦିବସ ପାଳନର କାରଣ ସଂପର୍କରେ ସୂଚନା ଦେବା ସହିତ ମାନସିକ ରୋଗର କାରଣ ଓ ନିରାକରଣ ସଂପର୍କରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଆୟୁର୍ବେଦିକ ମେଡିକାଲ ଅଫିସର ତଥା ଅବସରପ୍ରାପ୍ତ ନିରୀକ୍ଷକ ଡାକ୍ତର ଲକ୍ଷ୍ମୀକାନ୍ତ ହୋତା ଭାରତର ଆତ୍ମା ଗାଁରେ ଅଛି ବୋଲି ପ୍ରକାଶ କରି ସୁସ୍ଥ ରହିବା ନିମିତ୍ତ ବ୍ୟାୟାମ, ଖାଦ୍ୟ, ପାନୀୟ, ନିଦ୍ରା ଓ ବିଶ୍ରାମ ଉପରେ ଗୁରୁତ୍ୱ ଦେବା କଥା ପ୍ରକାଶ କରିଥିଲେ। ହୋମିଓପ୍ୟାଥିକ ମେଡିକାଲ ଅଫିରସ ଡାକ୍ତର ସସ୍ମିତା ମଣ୍ଡଳ ସାମ୍ପ୍ରତିକ ସମୟରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଜୀବନ ଶୈଳୀରେ ବିପର୍ଯ୍ୟସ୍ତ ଘଟୁଥିବାରୁ ତାହାର ନିରାକରଣ କରିବା ଉଚିତ ବୋଲି ପ୍ରକାଶ କରି ନାରୀ ସୁସ୍ଥ ରହିଲେ ପରିବାର ଓ ସମାଜ ସୁସ୍ଥ ରହିବାର ସୂଚନା ଦେଇଥିଲେ। ମହେନ୍ଦ୍ର କୁମାର ପାଣିଗ୍ରାହୀ ସ୍ୱାସ୍ଥ୍ୟ ସଂପର୍କରେ ଏକ ସ୍ୱରଚିତ କବିତା ପାଠ କରିଥିଲେ। ସାଧାରଣ ସମ୍ପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ଜୁମର ନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚାସୀନ କରାଇଥିଲେ। ଶେଷରେ ଶାନ୍ତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ରାଉତ, ନିବାରଣ ଜେନା, ତପନ ରାୟ, ପ୍ରଫେସର ରଶ୍ମିରେଖା ପତି, ଶରତ କୁମାର ମହାପାତ୍ର, ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ଡକ୍ଟର ଲକ୍ଷ୍ମଣ ଚରଣ ବିଶ୍ୱାଳ, ପଣ୍ଡିତ ସଞ୍ଜୟ କୁମାର ପଣ୍ଡା, ବାସନ୍ତୀ ଦେ, ଅର୍ଚ୍ଚନା କର, ସଂଗୀତା ବାରିକ, କୃଷ୍ଣା ପ୍ରଧାନ, ସୁନାମଣି ଜେନା, କବିତା ଜେନା, ଭାସ୍କର ଚନ୍ଦ୍ର ମିଶ୍ର, ପୁଷ୍ପଲତା ଚକ୍ରବର୍ତ୍ତୀ, ରଜନୀକାନ୍ତ ବେହେରା, ତ୍ରିନାଥ ନନ୍ଦୀ, ପ୍ରଭାସ ଚନ୍ଦ୍ର ମଲ୍ଲିକ, ଜ୍ୟୋତ୍ସ୍ନା ରାୟ, ଡକ୍ଟର ସମରବଲ୍ଲଭ ଭୋଇ, ସ୍ମୃତି ଦାସ, ବେଣୁଧର ସାହୁ, ଲମ୍ବୋଦର ନାୟକ, ଊର୍ମିଳା ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।





