ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ଓଡ଼ିଆ ପକ୍ଷ ଅବସରରେ ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ରକ୍ତଦାନ ଅଭିଯାନ। ରକ୍ତଦାତାଙ୍କ ରକ୍ତର ପ୍ରତିଟି ବିନ୍ଦୁ କାହାର ଅମୂଲ୍ୟ ଜୀବନ ବଞ୍ଚାଇବା ସହ ଏକ ସୁରକ୍ଷିତ ସମାଜ ଗଠନରେ ସହାୟକ ହୋଇଥାଏ। ଏହି ମହତ ସେବା କାର୍ଯ୍ୟରେ ସାମିଲ ହୋଇ ମାନବିକତାର ପରିଚୟ ଦେବା ଏବଂ ଓଡ଼ିଶାକୁ ଏକ ସୁରକ୍ଷିତ ଭବିଷ୍ୟତ ଦେବା ପାଇଁ ସଂକଳ୍ପବଦ୍ଧ ହେବାର ଶପଥ ନେଇ ସ୍ଥାନୀୟ ଧର୍ମଗଡ଼ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷା ମୂର୍ତ୍ତୀ ମଞ୍ଜୁରୀ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳର ଉପାଧ୍ୟକ୍ଷା ଶ୍ରୀମତୀ ମନୀଷା ମିଶ୍ର, ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ଅମିତ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ତଥା ରେଡକ୍ରସ୍ ଆଜୀବନ ସଦସ୍ୟ ହୃଷିକେଶ ମିଶ୍ର, ବିବେକାନନ୍ଦ ମିଶ୍ର, ବଙ୍କିମ ଚନ୍ଦ୍ର ମୁଣ୍ଡ, ଲଖିରାମ କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ, ଓଡ଼ିଶା ରକ୍ତ କେନ୍ଦ୍ର ଅଧିକାରୀ ଡା. ଚତୁର୍ଭୁଜ ପାଢ଼ୀ, କାଶିବାହାଲ ସିଆର ସିସି ରାଜେନ୍ଦ୍ର ଦୁ୍ରିଆ ପ୍ରମୁଖ ଯୋଗଦେଇଥିଲେ। ଏହି ଶିବିରରେ ଯୁବ ପରାମର୍ଶଦାତା ମୋହନ ଚରଣ ବିଷି ନିଜର ୫୪ ତମ ରକ୍ତଦାନ କରିଥିଲେ। ଶିବିର ପରିଚାଳନାରେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ସଂଜିବ କୁମାର ମୁଣ୍ଡ, ଭବାନୀ ଶଙ୍କର ପଣ୍ଡା, ପଦ୍ମାଳୟା ଦଣ୍ଡସେନା, ଜୟନ୍ତୀ ମୁଦୁଲି, ସରୋଜ ମେହେର, ଜୟଦ୍ରଥ ସୁନା, ସୁଜାତା ମହାନ୍ତି, ଲୁସି ଗଉଡ, ସଂଧ୍ୟା ବାରିକ, ଅର୍ଚ୍ଚନା ଗୋଛି, ଝରଣା ପଧାନ, କୁମୁଦିନୀ ନାଏକ, ରେଡକ୍ରସ୍ ଆଜୀବନ ସଦସ୍ୟ ଲକ୍ଷପତି ନାଏକ, ଶ୍ରବଣ ବାଗ, ରୋଜାଲିନ ଚିନ୍ନାରା, ଭୁଜବଲ ବନ୍ଧିଛୋଡ, ଜୟ ସେନ୍ ପଟେଲ, ସଦନ ନାଏକ, ହିମାଂଶୁ ସା, ମମତା ଲହଜଲ, ରଜନୀ ନାଏକ ପ୍ରମୁଖ ସହଯୋଗ କରିଥିଲେ। ଧର୍ମଗଡ଼ ରକ୍ତ କେନ୍ଦ୍ରରୁ ଏଲ ଟି ଆକୁଳ ବିଷୋୟୀ, ଭରତ ଚନ୍ଦ୍ର କାଣ୍ଡ, ଡମ୍ବରୁଧର ମେ‌ହେର, ସୁଜିତ କୁମାର ପଣ୍ଡା ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଏହି ଶିବିରରେ ମୋହନ ଚରଣ ବିଷି, ଜୟଦ୍ରଥ ସୁନା, ଲୁସି ଗଉଡ, ମମତା ଲହଜଲ, ତୁଷାର ଅଗସ୍ତି, ମୁର୍ସିଦ୍ଦ ଆଲାମ୍, ଜୟନ୍ତୀ ମୁଦୁଲି, ନାଗେଶ୍ୱର ନାଏକ, ଶିବଶଙ୍କର ନାଏକ, ମୂର୍ତ୍ତୀ ମଞ୍ଜୁରୀ ପଣ୍ଡା, ଦେବଶ୍ରୀ ନିଆଲ, ଅନୀତା ମାଝୀ, ରିଙ୍କି ସେଠିଆ, ମେଗେଶ୍ବରୀ ରାଉତ, ସରିତା ସାମନ୍ତରାୟ, ପିଙ୍କି ନାଏକ, ଟିକେଶ୍ବର ନାଏକ, ଅମୂଲ୍ୟ ନାଏକ ପ୍ରମୁଖ ରକ୍ତଦାନ କରିଥିଲେ। ମୋଟ ୨୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.