ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକର ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ମାଝିଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଡମ୍ବରୁ କଞ୍ଜାକା, ମୁଖ୍ୟ ବକ୍ତା ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନଦାସ ବାଙ୍ଗାରୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବାବୁରାଓ ନିସିକା, ବୁଡ଼ାଗୁଡା ଆଞ୍ଚଳିକ ସାଧାନକେନ୍ଦ୍ର ସଂଯୋଜକ ବନମାଳୀ ଶବର ପ୍ରମୁଖ ମଞ୍ଚାସିନ ରହିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀନିବାସ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ମାଝି ବାର୍ଷିକ ବିବରଣୀ ପଠନ କରିଥିଲେ । ବାର୍ଷିକ କ୍ରୀଡ଼ା ଉତ୍ସବରେ କୃତିତ୍ୱ ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କାର୍ଯ୍ୟକ୍ରମ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଆମନ୍ତ୍ରିତ ଶିକ୍ଷକ ପ୍ରମୁଖ ସହଯୋଗ କରିଥିଲେ ।





