‘ମୋ ଜନତା ମୋ ଶକ୍ତି’ ଏବଂ ‘ଅଗ୍ରୱାଲ ମେଡିକାଲ ଓ ହେଲଥ କେୟାର’ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଧିନସ୍ତ ଉର୍ଲାଦାନୀ ପଂଚାୟତ ଅନ୍ତର୍ଗତ ବାଞ୍ଜିମୁଣ୍ଡା ଗ୍ରାମରେ ‘ମୋ ଜନତା ମୋ ଶକ୍ତି’ ଏବଂ ‘ଅଗ୍ରୱାଲ ମେଡିକାଲ ଓ ହେଲଥ କେୟାର’ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଞ୍ଚଳଟି ଅତି ଦୁର୍ଗମ ଓ ଗରିବ ଆଦିବାସୀ ବହୁଳ ଅଂଚଳ ହୋଇ ଥିବାରୁ ବହୁ ସଂଖ୍ୟାକ ବୃଦ୍ଧା ବୟସ୍କ ବ୍ୟକ୍ତି ମାନଙ୍କ ଶରୀର ପରୀକ୍ଷଣ କରି ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ମ.ରାମପୁର ଓ ଉର୍ଲାଦାନୀ ହସ୍ପିଟାଲର ଡ଼ ସମ୍ବିତ୍ କୁମାର ନାୟକ, ଡ଼ ଅଭିଷେକ ନରେନ୍ଦ୍ର ଓ ଫାର୍ମାସିଷ୍ଟ ଶ୍ରୀ ଗୋପାଳ ଚନ୍ଦ୍ର ଭୋଇ ଉପସ୍ଥିତ ରହି ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଗ୍ରୱାଲ ହେଲଥ କେୟାରର ସୁମିତ ଅଗ୍ରୱାଲ, ଅମିତ ଅଗ୍ରୱାଲ ଓ ମୋ ଜନତା ଆମ ଶକ୍ତିର ଆବାହକ ନୀଳମାଧଵ ସିଂ ଦେଓ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ଏହି ଭଳି ଆହୁରି କାର୍ଯକ୍ରମ ହାତକୁ ନିଆଯିବ ବୋଲି କହିଥିଲେ । ମିନେଶ ନାୟକ, ପ୍ରତାପ ମାଝୀ, ମନୋଜ ସା ଓ ବିଡାବାରୁ, ଉର୍ଲାଦାନୀ, ଲାହାଡ଼ି ଗ୍ରାମର ଯୁବକମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.