ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବ୍ଲକ ଅଧିନସ୍ଥ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ, ବେଲଖଣ୍ଡି ଠାରେ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦାଶ ଙ୍କ ସଭାପତିତ୍ବରେ ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ପୂର୍ବତନ ସଭାପତି ମକଲିଙ୍ଗ ଗହୀର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ତାଙ୍କର ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷ ବର୍ଷ ର ଛାତ୍ରଛାତ୍ରୀ ମାନେ ମଧ୍ୟ ତାଙ୍କର ତିନିବର୍ଷର ଅନୁଭୂତି କୁ ବଖାଣି ଥିଲେ।ଇତିହାସ ବିଭାଗ ର ବରିଷ୍ଠ ଅଧ୍ୟାପକ ଡ.ମଦନ ମୋହନ ସାହୁ, ଓଡ଼ିଆ ବିଭାଗର ଅଧ୍ୟାପକ ସଦାନନ୍ଦ ଶତପଥୀ, ଇଂରାଜୀ ବିଭାଗର ଅଧ୍ୟାପକ ଦୁର୍ଯ୍ୟୋଧନ ବିଷୋୟୀ, ବରିଷ୍ଠ କିରାଣୀ ଭକ୍ତବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉତ୍ତୋରତ୍ତର ଉନ୍ନତି ପାଇଁ କାମନା କରିଥିଲେ। ଧର୍ମେନ୍ଦ୍ର ପଧାନ, ଚଉବନ ପଧାନ, ବୁଦ୍ଧଦେବ ପଧାନ, ବିଶ୍ବନାଥ ଭୋଇ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଦ୍ଵିତୀୟ ବର୍ଷର ଛାତ୍ର ରୋହିତ ଭୋଇ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରୀ ରେଖା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।





