ଷ୍ଟେମ୍ ଆଧାରିତ ପ୍ରାଥମିକ ଶିକ୍ଷା ପ୍ରସାର ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ନୋଡାଲ ଟାଉନ ହାଇସ୍କୁଲ ଠାରେ ଦୁଇଦିନିଆ ଷ୍ଟେମ୍ ବିଜ୍ଞାନ,ପ୍ରଯୁକ୍ତି, ବୈଷୟିକ ବିଜ୍ଞାନ ଓ ଗଣିତ ଉଦ୍ୟମ ଅଧିନରେ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହେଇଯାଇଛି। କାର୍ଯ୍ୟକ୍ରମଟି  ନାଗରିକ ବିକାଶ ସଂଗଠନ, ଆତ୍ମାଶକ୍ତି ଟ୍ରଷ୍ଟ, ମନ୍ତ୍ରା ଫର୍ ଚେଞ୍ଜ ଏବଂ ଶିକ୍ଷାଗ୍ରହର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟର କାର୍ଯ୍ୟକ୍ରମରେ ପ୍ରାୟ ୫୦ ଜଣ ସ୍ୱେଚ୍ଛାସେବୀ ଯୋଗଦେଇ ଥିଲେ। ଏଥିମଧ୍ୟରୁ ମଧ୍ୟରୁ ଅଧିକାଂଶ ଯୁବତୀ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ରୁପସିଂ ରାଉତ ଯୋଗଦେଇ ଷ୍ଟେମ୍ ଶିକ୍ଷାରେ ଲିଙ୍ଗ ସମାନତାକୁ ଉନ୍ନତ କରିବାରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ବିଷୟବସ୍ତୁ ଉପରେ ଆଲୋକପାତ କରି ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ଦିଗରେ ପ୍ରଚେଷ୍ଟାକୁ ଗୁରୁତ୍ୱ ଦେଇ ଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ବାସ୍ତବ ଜୀବନ ସହିତ ଷ୍ଟେମ୍ ଧାରଣାକୁ ସମ୍ପର୍କିତ କରି ଶିକ୍ଷାକୁ ଆକର୍ଷଣୀୟ ଓ ସହଜ, ବୋଧଗମ୍ୟ କରିବା।  ଏହି ଉଦ୍ୟମର ଉଦ୍ଦେଶ୍ୟ ହେଉଛି ଏକ ସକ୍ରିୟ ସ୍ୱେଚ୍ଛାସେବୀ ଦଳ ତିଆରି କରିବା, ଯେଉଁମାନେ ସ୍କୁଲ ଓ ସମୁଦାୟ ସ୍ତରରେ ଷ୍ଟେମ୍ ଶିକ୍ଷାକୁ ପ୍ରୋତ୍ସାହନ ଦେବେ। ସହଯୋଗୀ ସଂଗଠନମାନଙ୍କ ପ୍ରତିନିଧିମାନେ ଏହି ପ୍ରକାର ଉଦ୍ୟମର ଗୁରୁତ୍ୱକୁ ଉଲ୍ଲେଖ କରି କହିଥିଲେ ଯେ, ଏହା ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ଉତ୍ସୁକତା ଓ ସମସ୍ୟା ସମାଧାନ କ୍ଷମତା ବିକାଶରେ ଦୃଢ ଭୂମିକା ନେବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.