ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ଓଡ଼ିଆ ପକ୍ଷ ଅବସରରେ ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ଠାରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଇଂରାଜୀ ବିଭାଗ ମୁଖ୍ୟ ଲିଙ୍ଗରାଜ ପାତ୍ର, ଗଣିତ ବିଭାଗ ମୁଖ୍ୟ ଭାର୍ଗବ କୁମାର ସାହୁ, ଲକ୍ଷିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେରାର ଓଡ଼ିଆ ଅଧ୍ୟାପକ ତଥା ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକ, ବୋର୍ଡର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶରତ କୁମାର ମୁଣ୍ଡ, ସାହିତ୍ୟ ପିପାସୁ ଶାନ୍ତନୁ ପରିଡ଼ା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଓଡ଼ିଆ ପକ୍ଷର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । କୋଡ଼ିଏ ଜଣ କବି କବୟିତ୍ରୀ କବିତା ପାଠ କରିଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ଗଣପତି ବାଗ ସଭା ସଂଯୋଜନା କରିଥିବାବେଳେ ଓଡ଼ିଆ ଅଧ୍ୟାପକ ଦୀନବନ୍ଧୁ ବାଗ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଉପସ୍ଥିତ ଥିଲେ । ଓଡ଼ିଆ ଅଧ୍ୟାପକ ସଦୟ ପଧାନ, ଅଧ୍ୟାପିକା ବିଥିକା ମଞ୍ଜରୀ ଠାକୁରଙ୍କ ସମେତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।





