ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଯୁବକ କାର୍ଯ୍ୟରତ ସିକ୍ୟୁରେଟି ଗାର୍ଡଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଛି I ସୂଚନାରୁ ଜଣାପଡିଛି ଶନିବାର ସନ୍ଧ୍ୟାରେ ଜଣେ ଯୁବକ ଡିଏଚଏଚରେ ତାଙ୍କର ଜଣେ ଚିକିତ୍ସିତ ହେଉଥିବା ସମ୍ପର୍କୀୟଙ୍କୁ ଦେଖିବାକୁ ଆସିଥିଲେ I କାର୍ଯ୍ୟରତ ସୁରକ୍ଷକର୍ମୀ ନାଗ କୈଳାଶ ଓ ରାଜୁ ଯାକକା ଜଣେ ହିଁ ଭେଟିବାକୁ ଯାଇ ପାରିବେ ବୋଲି କହିଥିଲେ I ସୁରକ୍ଷା କର୍ମୀ ଅବରୋଧ କରିବାରୁ ସେକୁରିଟି ଗାର୍ଡଙ୍କୁ ଉକ୍ତ ଯୁବକ ପିସ୍ତଲ ଦେଖାଇ ଭୟଭୀତ କରି ଡିଏଚଏଚର ୱାର୍ଡକୁ ଯାଇଥିଲେ I ଏ ନେଇ ସୁରକ୍ଷା କର୍ମୀ ରାୟଗଡା ଟାଉନ ପୁଲିସ ଥାନା ଓ ମେଡିକାଲ କର୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ I ଡିଏଚଏଚ ସିକ୍ୟୁରିଟି ଗାର୍ଡ ସୁପରଭାଇଜର ନାଗେଶ ତାଡିଙ୍ଗି କିଛି ସୁରକ୍ଷାକର୍ମୀଙ୍କ ସହ ରାୟଗଡା ଥାନାକୁ ଯାଇ ପୁଲିସକୁ ଅବଗତ କରିଛନ୍ତି I ଖବର ପାଇ ପୁଲିସ ସନ୍ଦିଗ୍ଧ ଯୁବକଙ୍କ ସମ୍ପର୍କୀୟଙ୍କୁ ଥାନାକୁ ଆଣିଥିବା ଜଣାପଡିଛି I ଖବର ଲେଖାଯିବା ପର୍ଯ୍ୟନ୍ତ ମେଡିକାଲ କର୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିନଥିବା ଜଣାପଡ଼ିଛି I ରାୟଗଡା ପୁଲିସ ଘଟଣାରେ ତଦନ୍ତ କରୁଛି I ପୁଲିସ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ I





