ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ଓଡ଼ିଆ ପକ୍ଷ ଅବସରରେ ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ରକ୍ତଦାନ ଅଭିଯାନ। ରକ୍ତଦାତାଙ୍କ ରକ୍ତର ପ୍ରତିଟି ବିନ୍ଦୁ କାହାର ଅମୂଲ୍ୟ ଜୀବନ ବଞ୍ଚାଇବା ସହ ଏକ ସୁରକ୍ଷିତ ସମାଜ ଗଠନରେ ସହାୟକ ହୋଇଥାଏ । ଏହି ମହତ ସେବା କାର୍ଯ୍ୟରେ ସାମିଲ ହୋଇ ମାନବିକତାର ପରିଚୟ ଦେବା ଏବଂ ଓଡ଼ିଶାକୁ ଏକ ସୁରକ୍ଷିତ ଭବିଷ୍ୟତ ଦେବା ପାଇଁ ସଂକଳ୍ପବଦ୍ଧ ହେବାର ଶପଥ ନେଇ ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ଏସ ଜଗନ୍ନାଥ ରାଓ ଏହି ଶିବିରକୁ ଉଦଘାଟନ କରିବା ସହ ପ୍ରଥମ ରକ୍ତଦାତା ଭାବେ ନିଜେ ରକ୍ତଦାନ କରିଥିଲେ। ପତିତପାବନ ଉଚ୍ଚ ମାଧ୍ୟମିକ ଅଧ୍ୟକ୍ଷ ହିମାଂଶୁ ଶେଖର ମୁଣ୍ଡ, ପ୍ରାଧ୍ୟାପକ ବସନ୍ତ କୁମାର ପଣ୍ଡା, ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ, ଯୁବ ରେଡକ୍ରସ୍ ପରାମର୍ଶଦାତା ଦଶମନ୍ତ ରଣା, ଦୀନବନ୍ଧୁ ବାଗ ,ଜଗନ୍ନାଥ ଠାକୁର, ସରୋଜ ଯୋଶୀ ,ବିମ୍ବାଧର ପ୍ରଧାନ, ରଜନୀ କାନ୍ତ ନାଏକ ପ୍ରମୁଖ ରକ୍ତଦାନ କରିଥିଲେ। ଲଖିରାମ କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ, କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ସଂଜିବ କୁମାର ମୁଣ୍ଡ, ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଷି, ରେଡକ୍ରସ୍ ଆଜୀବନ ସଦସ୍ୟ ଲକ୍ଷପତି ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶିବିର ପରିଚାଳନାରେ ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର, ଏନ୍ ଏସ ଏସ ପୋଗ୍ରାମ ଅଫିସର ଗଣପତି ବାଗ, ଭାରତ ସ୍କାଉଟ ଗାଇଡ ରୋଭର୍ ଲିଡର ଅଭୟ ବାଗ ପ୍ରମୁଖ ସହଯୋଗ କରିଥିଲେ। ଧର୍ମଗଡ଼ ରକ୍ତ କେନ୍ଦ୍ରରୁ ଏଲ ଟି ଆକୁଳ ବିଷୋୟୀ, ନିଗମ ଗୋପାଳ, କୃତ୍ତିବାସ ଦଣ୍ଡସେନା ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଏହି ଶିବିରରେ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶିବିର ପରିଚାଳନାରେ ଯୁବ ରେଡକ୍ରସ, ଜାତୀୟ ସେବା ଯୋଜନା, ଭାରତ ସ୍କାଉଟ ଗାଇଡ ଓ ରେଡ୍ ରିବନ୍ କ୍ଲବ୍ ର ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।





