ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସିଉନୀ ସ୍ଥିତ ଶ୍ରୀ ଶ୍ରୀ ଭୈରବ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ରବିବାର କଳାହାଣ୍ଡି ଜିଲ୍ଲା ଭତରା ସମାଜ ତରଫରୁ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇଥିବା କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ ଦିଶାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ଭତରା ସମାଜ ଜିଲ୍ଳା ସଭାପତି ନୀଳକଣ୍ଠ ମାଝୀ, ଗରୁଡ଼ଧ୍ୱଜ ମାଝୀ, ଗୋପିଚନ ନାଏକ, ଋତୁରାଜ ମାଝୀ, ଘନଶ୍ୟାମ ନାଏକ,ଦୁହିତା ମାଝୀ,ସୁଶାନ୍ତ କୁମାର ମାଝୀ,ରଣସାଏ ପାତ୍ର,ସୁଧୀର ପାତ୍ର,ସହଦେଵ ଗୌନ୍ତିଆ,ବେଣୁଧର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଜିଲ୍ଳା ସମ୍ପାଦକ ଲୋକେଶ ରଞ୍ଜନ ନାଏକ ସଭା ପରିଚାଳନା କରିଥିବା ବେଲେ ଜିଲ୍ଲା ସହ ସମ୍ପାଦକ ଭୁବନେଶ୍ୱର ଦିଶାରୀ ଧନ୍ୟବାଦ ଅର୍ପଣ କରିଥିଲେ।





