ବାଟିଗୁଡାରେ ଗାୟତ୍ରୀ ଯଜ୍ଞ ନିମନ୍ତେ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ ବାଟିଗୁଡା ଠାରେ ଗାୟତ୍ରୀ ମହାଯଜ୍ଞ ଏବଂ ସଂସ୍କାର ମହୋତ୍ସବ ନିମନ୍ତେ ରବିବାର ଆଧ୍ୟାତ୍ମିକ ପରିବେଶରେ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ଯଜ୍ଞ ମଣ୍ଡପ ନିକଟରୁ ଶତାଧିକ ମହିଳା ଓ ଯୁବତୀ ମାନେ କଳସ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଇନ୍ଦ୍ରାବତୀ ବାମ କେନାଲ ନିକଟରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚନା ପରେ ପୂର୍ଣ୍ଣ ଜଳ କଳସ ଧାରଣ କରି ଯଜ୍ଞ ମଣ୍ଡପକୁ ପ୍ରତ୍ୟାବର୍ତନ କରି କଳସ ସ୍ଥାପନ କରିଥିଲେ। ଏଥିରେ କର୍ତ୍ତା ଭାବେ ପରମେଶ୍ୱର ବାଗ ସପତ୍ନୀକ, ବେଣୁଧର ଦଳପତି ସପତ୍ନୀକ, ମଣ୍ଟୁ ନାୟକ ସପତ୍ନୀକ, ତ୍ରିନାଥ ଦଳପତି ସପତ୍ନୀକ, ରଘୁମଣି ସରାଫ ସପତ୍ନୀକ କର୍ତ୍ତା ଓ ଜଜମାନ ଭାବେ ରହିଛନ୍ତି। ଏହି ଯଜ୍ଞରେ ସୋମବାର ହୋମ ଯଜ୍ଞ, ବିଭିନ୍ନ ପ୍ରକାର ସଂସ୍କାର କାର୍ଯ୍ୟ, ଦୀକ୍ଷା ଗ୍ରହଣ ଭଳି ଅନେକ କାର୍ଯ୍ୟକ୍ରମ ଥିବା ସୂଚନା ରହିଛି l ମଙ୍ଗଳବାର ଯଜ୍ଞ ସମାପନ, ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି l ଯଜ୍ଞ କମିଟିର ସଭାପତି ପୁରନ୍ଦର ଦଳପତି, ସମ୍ପାଦକ ପିତାମ୍ବର ଦଳପତି, କୋଷାଧ୍ୟକ୍ଷ ଜଗତାନନ୍ଦ ଦଳପତି ସମେତ ଗ୍ରାମବାସୀ ଗାୟତ୍ରୀ ମହାଯଜ୍ଞରେ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.