ସମାଜବାଦୀ ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହେଲା ବି.ପି ମଣ୍ଡଳଙ୍କ ୪୪ ତମ ଶ୍ରାଦ୍ଧ ବାର୍ଷିକୀ 

ପଛୁଆ ବର୍ଗଙ୍କୁ ୧୧. ୨୫ ପରିବର୍ତ୍ତେ ୨୭ % ସଂରକ୍ଷଣ ଦେବାକୁ ଦାବି କଲା ସମାଜବାଦୀ ପାର୍ଟି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମାଜବାଦୀ ପାର୍ଟିର ରାଜ୍ୟ କମିଟି ପକ୍ଷରୁ ପାର୍ଟିର ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ ଡ଼ଃ. ବି.ପି ମଣ୍ଡଳଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏପ୍ରିଲ ୧୩ ତାରିଖ ଯାହା ଆମ ଦେଶରେ  ପଛୁଆ ବର୍ଗର ଲୋକଙ୍କ ପାଇଁ ଏକ ସ୍ମରଣୀୟ ଦିବସ l ୧୯୮୨ ମସିହାରେ ଆଜିର ଦିନରେ ସାମାଜିକ ନ୍ୟାୟର ଜନକ ପଛୁଆ ବର୍ଗଙ୍କ ଜନ ନାୟକ ବାବୁ ବିନ୍ଧେଶ୍ବରୀ ପ୍ରସାଦ ମଣ୍ଡଳଙ୍କ ୪୪ ତମ ଶ୍ରାଦ୍ଧ ବାର୍ଷିକ l ଏହି ଅବସରରେ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ, ପାର୍ଟି ପ୍ରବକ୍ତା ପ୍ରଦୀପ ମିଶ୍ର, କୃଷକ ଶାଖା ସଭାପତି ବିଜୟ ବେହେରା, ଅକ୍ଷୟ ମଲ୍ଲିକ, ଅବୁଲ କଲାମ ପ୍ରମୁଖ ଉପସ୍ଥିତ ରହି ପଛୁଆ ବର୍ଗଙ୍କ ସଂରକ୍ଷଣରେ ବିପି ମଣ୍ଡଙ୍କ ଯୋଗଦାନ ବିଷୟରେ ଆଲୋକ ପାତ କରିବା ସହ ଓଡିଶାରେ ପଛୁଆ ବର୍ଗଙ୍କ ପାଇଁ ୧୧% ବଦଳରେ ୨୭% ସ୍ଥାନ ସଂରକ୍ଷଣ ପାଇଁ ଦାବି କରିଥିଲେ l


‎ପଛୁଆ ବର୍ଗର ଜନନାୟକ ମଣ୍ଡଳ କମିଶନର ଅଧକ୍ଷ ବାବୁ ବିନ୍ଧେଶ୍ବରୀ ପ୍ରସାଦ ମଣ୍ଡଳଙ୍କ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଅବଦାନ ଦେଶର ଇତିହାସରେ ସ୍ଵର୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ l ମଣ୍ଡଳ କମିଶନ, ଜାନୁଆରୀ ୧, ୧୯୭୯ ରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନ୍ଧେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ହୋଇଥିଲା। ସାମାଜିକ ଏବଂ ଶିକ୍ଷାଗତ ଭାବରେ ପଛୁଆ ବର୍ଗ (ଏ ସି ବି ସି), ଯାହାକୁ ସାଧାରଣତଃ ଅନ୍ୟାନ୍ୟ ପଛୁଆ ବର୍ଗ (ଓ ବି ସି) କୁହାଯାଏ, ସେମାନଙ୍କୁ ଚିହ୍ନଟ କରିବାର ଦାୟିତ୍ୱରେ ଥିବା ଏହି କମିଶନ ଭାରତର ଜାତି ବ୍ୟବସ୍ଥାରେ ମୂଳ ଥିବା ପଦ୍ଧତିଗତ ଅସମାନତାକୁ ସମାଧାନ କରିବା ପାଇଁ ଲକ୍ଷ୍ୟ ରଖିଥିଲେ। ୧୯୮୦ ମସିହାରେ ଦାଖଲ ହୋଇଥିବା ଏହାର ରିପୋର୍ଟରୁ ଜଣାପଡେ ଯେ ଭାରତର ଜନସଂଖ୍ୟାର ୫୨% (ଓ ବି ସି) ବର୍ଗର ଥିଲେମଧ୍ୟ ସେମାନେ ସମାଜରେ ଅବହେଳିତ ହୋଉ ରହିଥିଲେ ସେମାନଙ୍କୁ ସାମାଜିକ ନ୍ୟାୟ ଏବଂ ସମାନ ପ୍ରତିନିଧିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ସେମାନଙ୍କ ପାଇଁ ୨୭% ସଂରକ୍ଷଣ ପ୍ରଦାନ କରିବାକୁ କମିଶନଙ୍କ ଦ୍ୱାରା ସୁପାରିଶ କରାଯାଇଥିଲା।

‎ଏହି ସଂରକ୍ଷଣ ଅନୁସୂଚିତ ଜାତି (ଏ. ସି) ଏବଂ ଅନୁସୂଚିତ ଜନଜାତି (ଏସ.ଟି) ପାଇଁ ବିଦ୍ୟମାନ ୨୨.୫% କୋଟାକୁ ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଥିଲା, ଯାହା ୧୯୬୩ ମସିହାର ଏ.ମ.ଆର ବାଲାଜୀ ବନାମ ମଇସୁର ରାଜ୍ୟ ମାମଲାରେ ପ୍ରତିଷ୍ଠିତ ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ଉପରେ ୫୦% ସୀମା ମଧ୍ୟରେ ରହିଥିଲା।  ସେ ସମୟରେ ଏହା ବିରୁଦ୍ଧରେ ଏକ ବୃହତ ଜନ ଆନ୍ଦୋଳନ ହୋଇଥିଲା ଦୁଃଖଦ ଭାବରେ, ଏହି ଆନ୍ଦୋଳନ ରେ ଛାତ୍ରମାନଙ୍କ ଦ୍ୱାରା ଆତ୍ମଦାହ ସମେତ ଚରମ ପ୍ରତିରୋଧ କାର୍ଯ୍ୟ ଦ%A

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.