ଏମଡିଏମ ପାଚିକା ସଂଘ ପକ୍ଷରୁ ଲାଞ୍ଜିଗଡ଼ ବିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୧୫ଦଫା ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନିଖିଳ ଓଡ଼ିଶା ଏମଡିଏମ ପାଚିକାସହାୟିକା ସଂଘ ରାଜ୍ୟ ସଭାପତି ଅକ୍ଷୟ କୁମାର ମେହେରଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶାଖା ପକ୍ଷରୁ ୧୫ଦଫା ଦାବି ନେଇ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସେଥି ମଧ୍ୟରୁ ଦାବି ସମୂହ ଗୁଡିକ ହେଲା ପାଚିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଓ ମାସିକ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ,ପାଚିକାମାନଙ୍କୁ ୧୦ମାସର ପରିବର୍ତ୍ତେ ୧୨ମାସର ପାରିଶ୍ରମିକ ପ୍ରଦାନ କରାଯାଉ । ୨୦୦୯ ଡିସେମ୍ବରରୁ ୨୦୧୨ ମାର୍ଚ୍ଚ ପର୍ଯ୍ୟନ୍ତ କାମକରିଥିବା ସମସ୍ତ ପାଚିକା ସହାୟିକାଙ୍କ ନିର୍ଭୁଲତାଲିକା ପ୍ରସ୍ତୁତ କରି ମୃତକଙ୍କ ଉତ୍ତରାଧୁକାରୀଙ୍କୁ ଓ ଅବସରପ୍ରାପ୍ତ ପାଚିକାଙ୍କୁ ପାରିଶ୍ରମିକ ଅବିଲମ୍ଭେ ପ୍ରଦାନ କରାଯାଉ।ସ୍କୁଲ ବନ୍ଦ, ସ୍କୁଲ ମିଶ୍ରଣ ଫଳରେ ବାଦ ପଡିଥିବା ସମସ୍ତ ପାଚିଳାଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି ଦିଆଯାଉ। ପିଲାସଂଖ୍ୟା କମ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲାଯାଇ ପାଚିକାମାନଙ୍କୁ ନିଯୁକ୍ତି ଦିଆଯାଉ। ଅବସରକାଳୀନ ବୟସସୀମା ୬୫କୁ ବୃଦ୍ଧି କରିବା ସହିତ ୬୦ ବର୍ଷ ପରେ ବାଦ ପଢିଥିରବା ପାଚିକାଙ୍କୁ ଅବସର କାଳୀନ ଭତ୍ତା ପ୍ରଦାନ କରାଯାଉ। ପାଚିକାଙ୍କୁ ପ୍ରତିମାସ ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରାଯାଉ। ମଧ୍ୟାହ୍ନ ଭୋଜନ କାମ ବ୍ୟତିତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରାଯାଉ।ପାଚିକାମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତିକାଳୀନ ଛୁଟିର ବ୍ୟବସ୍ଥା କରାଯାଉ।

ମଧ୍ୟାହ୍ନ ଭୋଜନ ଯୋଜନାକୁ ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରାଯାଉ।ପାଚିକାମାନଙ୍କ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ, ସାମାଜିକ ନିରାପତ୍ତା, ବୀମାଭୁକ୍ତ କରାଯାଉ। ଅବସରକାଳୀନ ସହଯୋଗ ରାଶିକୁ ୫୦ ହଜାର ଟଙ୍କା ପଦ୍ମଦାନ କରାଯାଉ।ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମିକ ପ୍ରଦାନ କରାଯାଉ। ପାଚିକା ସହାୟିକାଙ୍କ ନିଯୁକ୍ତି ପ୍ରଣାଳୀ – ଗୋଷ୍ଠି ଶିକ୍ଷା ଅଧୀଳାରୀଙ୍କ ଜରିଆରେ କରାଯାଉ। ପାଚିକା ସହାୟିକାଙ୍କ ଅବସର ଓ ମୃତ୍ୟୁ ପରେ ନିଜ ଭତ୍ତରାଧୁକାରୀଙ୍କୁ ସୁଯୋଗ ଦିଆଯାଉ। ପାଚିକା ସହାୟିକାଙ୍କ କାର୍ଯ୍ୟରତ ସମୟରେ ଦୁର୍ଘଟଣା ଘଟିଲେ ତାର ଚିକିତ୍ସା ଖର୍ଚ୍ଚ ସରକାର ବହନ କରି ନେଇ ଦାବି ପତ୍ର ଉଲ୍ଲେଖ ରହିଛି।ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ ସଭାପତି ଅହଲ୍ୟା ପ୍ରଧାନୀ, ସମ୍ପାଦିକା ଶ୍ରୀମତୀ ପ୍ରଧାନୀ, କୋଷାଧ୍ୟକ୍ଷ ବିରଞ୍ଚି ବିଶି, କାର୍ଯ୍ୟ କାରୀ କମିଟି ସଦସ୍ୟ ମଞ୍ଜୁଲା ରାଉତ, ବ୍ଲକ କମିଟି ଲକ୍ଷ୍ମୀ ପାତ୍ର, ଲତା ଗଉଡ, ଯମୁନା ଚନ୍ଦନ, ଶୈଳସୁତା ପ୍ରଧାନୀ, ସାଗରିକା ପେସନିଆ, ମିନତି ପାତ୍ର, ଭବାନୀ ପୂଝାରୀ, ବୈଦେହି ହରିଜନ, ହେମଲତା ବେହେରା, ବାସନ୍ତୀ ବେହେରା ପ୍ରମୁଖଙ୍କ ସମେତ ସମସ୍ତ ପାଚିକା ସହାୟିକା ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.