ଦୁଇ ବର୍ଷ ହେଲା ଖୁଣ୍ଟ ଜଗିଛି ସିସିଟିଭି କ୍ୟାମେରା : ଦିଗହରା ହୋଇପଡିଛି ଯୋଜନା

ଦୁଇ ବିଭାଗର ତାଳମେଳ ଅଭାବ, ନଷ୍ଟ ହେବାକୁ ବସିଲାଣି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ

Omkar Vasthu
Omkar Vasthu

ଅପରାଧ ରୋକିବା ଓ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଥିଲା ଲକ୍ଷ୍ୟ

Pearl dental clinic
Near Ashish Medical Store, Bhawanipatna

ରାୟଗଡ/୯/୯ : ରାୟଗଡ ସହରରେ ବୃଦ୍ଧି ପାଉଥିବା ଚୋରି, ଡକାୟତି, ଲୁଟ୍ ଆଦି ଅପରାଧକୁ ରୋକିବା ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣା ଓ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜିଲ୍ଳା ଇନୋଭେସନ୍ ଫଣ୍ଡରୁ ୨କୋଟି ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସାରା ସହରକୁ କ୍ଳୋଜ ସାର୍କିଟ୍ କ୍ୟାମେରା ସର୍ଭିଲେନ୍ସ (ସିିସିଟିଭି) ଜରିଆରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲଗାଯାଇଥିଲା ସହରର ପ୍ରମୁଖ ସ୍ଥାନଗୁଡିକରେ ସିସିଟିଭି । ତେବେ ବିଡମ୍ବନାର ବିଷୟରେ ଆଜକୁ ଦୀର୍ଘ ୨ବର୍ଷ ବିତିଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରା ନ ଯିବାରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶଗୁଡିକ ନଷ୍ଟ ହେବାରେ ଲାଗିଛି ଏବଂ ବୃଦ୍ଧି ପାଇଛି ଅପରାଧ ।

Udyog Nursery
Udyogi Nursery

କିନ୍ତୁ “ସରକାର କା ମାଲ ଦରିଆ ମେ ଡାଲ” ନୀତିରେ ଚୁପ ହୋଇ ବସିଛନ୍ତି ଜିଲ୍ଳା ପ୍ରଶାସନର ଦୁଇଟି ବିଭାଗ । ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ଗତ ୨୦୧୭ ମସିହା ସହରରେ ସିିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କରାଯିବା ପାଇଁ ଜିଲ୍ଳା ପୋଲିସ, ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ), ରାୟଗଡା ସହ ଅନ୍ୟାନ୍ୟ କିଛି ବିଭାଗର ମିଳିତରେ ବୈଠକ କରାଯାଇଥିଲା । ବୈଠକରେ ଏଥି ନିମିତ ସମସ୍ତ ବ୍ୟୟ ବରାଦର ଯୋଜନା କରାଯାଇ ନିଷ୍ପତି ପରେ ଡିପିଏମୟୁ ବିଭାଗ ପକ୍ଷରୁ ଜିଲ୍ଳା ଇନୋଭେସନ୍ ଫଣ୍ଡ ମାଧ୍ୟମରେ ୨କୋଟି ୭୦ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ସ୍ଥିର ହେବା ପରେ ଏହାକୁ ସଫଳ ରୂପାୟନ କରିବା ଦିଗରେ ଆଇଟିଡିଏ ପକ୍ଷରୁ ୨୦୧୭ ମସିହା ଜୁଲାଇ ୪ତାରିଖ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏହି ଟେଣ୍ଡରରେ ମୁମ୍ବାଇ’ର ସ୍ୱାତୀ ସେକ୍ୟୁର ଇକ୍ୱିପ୍ମେଂଟ ପ୍ରାଇଭେଟ୍ ଲିମିଟେଡ୍ ଘରୋଇ ସଂସ୍ଥା ଯୋଗ୍ୟ ବିବେଚିତ ହୋଇଥିବାରୁ ଗତ ୨୦୧୭ମସିହା ଜୁଲାଇ ୨୪ତାରିଖରେ ଆଇଟିଡିଏ ଚିଠି ସଂଖ୍ୟା ୨୮୪୭ରେ ଏହି ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ସଂସ୍ଥା ପକ୍ଷରୁ ୩୫ଲକ୍ଷ ୨୬ହଜାର ୧୭ଟଙ୍କା ବ୍ୟୟରେ ସହରର ରାୟଗଡ ପୋଲିସ ଷ୍ଟେସନ, ଗ୍ରାମାଂଚଳ ପୀତାମହଲ ରାସ୍ତା,ଫରେଷ୍ଟ ଅଫିସ ପାଖ କୋରାପୁଟ ଗେଟ୍, ଜେକେପୁର ରାସ୍ତା ଭାକୁରଗୁଡା, ମା ମଝିଘରିଆଣୀ ମନ୍ଦିର ସମ୍ମୁଖ, ରଥରୋଡ ଛକ, କୋରାପୁଟ ଛକ, ଶାସ୍ତ୍ରୀନଗର ଛକ, ଶିରିକଣା ଛକ ଓ କୋତାପେଟା ଛକ ଆଦି ୧୦ଟି ପ୍ରମୁଖ ସ୍ଥାନଗୁଡିକ ଅଂଚଳରେ ଗୋଟିଏ ସ୍ଥାନରେ ୨ଟି ଲେଖାଁଏ ସମୁଦାୟ ୨୦ଟି ସିସିଟିଭି କ୍ୟାମେରା ସ୍ଥାପନା କରାଯାଇଥିଲା । ଏବଂ ସମସ୍ତ ସିସିଟିଭିକୁ ପରିଚାଳନା କରିବା ପାଇଁ ରାୟଗଡ ଥାନାର ପ୍ରଥମ ମହଲାର ଏକ କୋଠାରୀରେ ଏହାର କଂଟ୍ରୋଲ ରୁମ୍ କରାଯାଇଥିଲା ।

ସେଠାରେ ବଡ ବଡ ଦୁଇଟି ଏଲସିଡି ଓ ଅନ୍ୟାନ୍ୟ ଯନ୍ତ୍ରାଂଶଗୁଡିକ ରଖାଯାଇ ସଂସ୍ଥା ପକ୍ଷରୁ ୨୦୧୭ମସିହା ଅକ୍ଟୋବର ୧୨ତାରିଖରେ ଏହାର ସମସ୍ତ କାର୍ଯ୍ୟ ଶେଷ କରାଯାଇଥିଲା । ଏ ନେଇ କଂଟ୍ରୋଲ ରୁମକୁ ପରିଚାଳନା ନିମନ୍ତେ କିଛି ପୋଲିସ କର୍ମଚାରୀଙ୍କୁ ଏଥି ନିମନ୍ତେ ତାଲିମ ମଧ୍ୟ ପ୍ରଦାନ କରାଯାଇଥିଲା । ତେବେ ଏହି ଦଶଟି ସ୍ଥାନରୁ କେଉଁ ଗୋଟିଏ ସ୍ଥାନରେ ଥିବା ଦୁଇଟି କ୍ୟାମେରା ଗତ ତିତଲି ଝଡବାତ୍ୟାରେ ନଷ୍ଟ ହୋଇଯାଇଥିବା ନେଇ ଆଇଟିଡିଏ ବିଭାଗ କହୁଛି । କିନ୍ତୁ ବିଡମ୍ବନାର ବିଷୟ ନା ପୋଲିସ ନା ଜନସାଧାରଣଙ୍କ ହିତରେ ଆସି ଦୀର୍ଘ ୨ବର୍ଷ ହେଲାଣି ଖୁଂଟରେ ଝୁଲୁଛି ସିସିଟିଭି ।

ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଥିଲେ ବହୁ ଅପରାଧକୁ ରୋକିବାରେ ଏବଂ ଟ୍ରାଫିକ୍ ନିମୟକୁ ଉଂଲଘନ କରୁଥିବା ଖିଲାପକାରୀଙ୍କୁ ପୋଲିସ ଧରିବାରେ ସଫଳ ହୋଇପାରିଥାନ୍ତା ଏବଂ ସହରବାସୀ ମଧ୍ୟ ଅପରାଧ ନିୟନ୍ତ୍ରଣ ହୋଇଥିଲେ ନିଜକୁ ସୁରକ୍ଷିତ ମନେ କରିଥାନ୍ତେ ବୋଲି ରାୟଗଡ ଓକିଲ ସଂଘର ସଂପାଦକ ପଦ୍ମନାଭ ଦାଶ ପ୍ରକାଶ କରିଥିବା ବେଳେ ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସହରବାସୀ ସାମୁଏଲ ତାଣ୍ଡି ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ.ଙ୍କୁ ସିସିଟିିଭି କାର୍ଯ୍ୟକ୍ଷମ ନେଇ ପଚାରିବାରୁ ଏ ନେଇ ଆଇଟିଡିଏ ସଂସ୍ଥା ସହ ପୋଲିସ ପକ୍ଷରୁ ଯୋଗାଯୋଗ କରାଯାଇଥିବା ବେଳେ ଉକ୍ତ ବିଭାଗ ଏହାର ରକ୍ଷାଣବେକ୍ଷଣ କରୁଥିବା ସଂସ୍ଥାକୁ ଅବଗତ କରାଇବା ଦ୍ୱାରା ଯଥାଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ଏବଂ ସହରରେ ଅପରାଧକୁ ରୋକିବା ଦିଗରେ ପୋଲିସକୁ ମଧ୍ୟ ବଡ ସଫଳତା ମିଳିପାରିବ ବୋଲି ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Click here to get daily News  & Views update 👇

https://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.