ଲାଞ୍ଜିଗଡ,୧୦/୯ : ଲାଞ୍ଜିଗଡ ସଭା ମଣ୍ଡପ ଠାରେ ଲାଞ୍ଜିଗଡ ନୂଆଁଖାଇ ଭେଟ୍ ଘାଟ୍ କମିଟି ପକ୍ଷରୁ ୫ମ ତମ ନୂଆଁଖାଇ ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି।ଏଥିରେ ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରସାଦ ସିଂ ଦେଓ ମୁଖ୍ୟ ଅତିଥି, ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷା ତୁଳଶୀ ନାଏକ, କୁଳାଧକ୍ଷ୍ୟ ଅଭିଭକ୍ତ କଳାହାଣ୍ଡି-ନୂଆପଡା କ୍ଷେତ୍ରିୟ ପାଇକ ସମାଜର ଚନ୍ଦ୍ରଧ୍ୱଜ ପେସନିଆ, ଲାଞ୍ଜିଗଡ ସରପଞ୍ଚ ଶୁଶ୍ରୀ ମଣୀ ମାଝୀ,ଲାଞ୍ଜିଗଡ ଯୁବକସଂଘ ସଭାପତି ହିମାଦ୍ରୀ ପେସନିଆ, ଲାଞ୍ଜିଗଡ ନେହେରୁ ସେବାକେନ୍ଦ୍ର ସଭାପତି ସୁବାଷ ଅଗ୍ରୱାଲ, ବୟୋଜେଷ୍ଟ ବ୍ୟକ୍ତି ଧନିଆ ମହାଖୁଡ଼, ଅବରସର ପ୍ରାପ୍ତ ଶିକ୍ଷକ ଉଦୟ କୁମାର, ଶ୍ରୀମୁଖ ଅଗସ୍ତି ଓ ବଳରାମ ପୁଝରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ମଞ୍ଚାସିନ ଅତିଥି ମାନକୁ ଲାଞ୍ଜିଗଡ ନୂଆଁଖାଇ ଭେଟଘାଟ୍ କମିଟି ତରଫରୁ ସମ୍ମାନିତ କରାଯାଇଥିଲା କାର୍ଯ୍ୟକ୍ରମରେ ସାମ୍ବାଦିକ ଏମ୍. ଚନ୍ଦ୍ର ଶେଖର ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ। କୁନି କୁନି ଛାତ୍ରଛାତ୍ରୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଦର୍ଶକଙ୍କ ପାଇଁ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ରଖାଯାଇ ଥିଲା। କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ଲାଗି ଲାଞ୍ଜିଗଡ ପୋଲିସ ସହଯୋଗ କରିଥିବା ବେଳେ ଲାଞ୍ଜିଗଡ ନୂଆଁଖାଇ ଭେଟଘାଟ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
Click here to get daily News & Views update 👇
https://bit.ly/OBgroup3