ମାତିଛି ଗଜରାଜ, କରୁଛି ଫସଳ ନଷ୍ଟ : ମୁଣ୍ଡରେ ହାତଦେଇ ବସିଛି ଲାଞ୍ଜିଗଡ ଚାଷୀ

ଲାଞ୍ଜିଗଡ,୧୧/୯ : ହାତୀପଳ ଧାନ ଫସଳ ନଷ୍ଟ କରି ଚାଲିଛନ୍ତି, ସେମାନଙ୍କୁ ଘଉଡାଇବା କାମ ବନ ବିଭାଗର କିନ୍ତୁ ଚାଷୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନାହିଁ ବନ ବିଭାଗ । ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତ୍ରିଲୋଚନ ପୁର ପଞ୍ଚାୟତ ତାଡିଝୁଲା ଗାଁରୁ ।

ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ଜଙ୍ଗଲରେ ରହୁଥିବା ଏକ ହାତୀପଲ ତାଡିଝୁଲା ଗ୍ରାମକୁ ଚାଲିଆସି କନ୍ଦ ଗୌଡ଼, ଗଜିନ୍ଦ୍ର ଗୌଡ଼, ଭଦ୍ର ଗୌଡ଼, ଦୈତାରି ଗୌଡ଼, କେଶବ ଗୌଡ଼, ଭୀମ ଗୌଡ଼, ହୃଷିକେଶ ଗୌଡ଼, ଜାମୁ ଗୌଡ଼ ଶିବ ଗୌଡ଼, ଭକ୍ତ ଗୌଡ଼ ଆଦି ଚାଷୀଙ୍କ ୧୫ଏକରରୁ ଉର୍ଦ୍ଧ ଧାନ ଫସଲ ନଷ୍ଟ କରି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ ବ୍ଲକ ତ୍ରିଲୋଚନ ପୁର ପଞ୍ଚାୟତ ଅଞ୍ଚଳରେ ୧୫ରୁ ଉର୍ଦ୍ଧ ହାତୀ ଆସି ଆଜିକି ୧୦ଦିନ ହେଲା ଘୁରି ବୁଲୁଥିବା ଲୋକେ କହୁଛନ୍ତି। ଏହାସହ ଚାଷୀଙ୍କ ବ୍ୟାପକ ଫସଳ ନଷ୍ଟ ହୋଇଥିବୀରୁ ସେମାନେ ବନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସୂଚନା ଥାଉକିଯେ ଗତ ବର୍ଷ ମେ ମାସରେ ତାଡିଝୁଲା ଗାଁରେ କାଳବୈଶାଖୀ ଓ କରାମାଡରେ ପ୍ରାୟ ୧୦ରୁ ଉର୍ଦ୍ଧ ଚାଷୀଙ୍କ ୨୦ଏକରରୁ ଅଧିକ ଧାନ ଫସଲ ନଷ୍ଟ ହୋଇଥିଲା ତତ୍କାଳୀନ ତହସିଲଦାର ନିଜେ ଯାଇ କ୍ଷୟକ୍ଷତି ଆକଳନ କରିଥିଲେ । ସେହିପରି ଏବର୍ଷ ମଧ୍ୟ ଖରାଟିଆ ଧାନକୁ ୨୦ରୁ ଅଧିକ ହାତୀପଲ ଆସି ଦଳିଚକଟି ଦେଇ ବ୍ୟାପକ କ୍ଷୟକ୍ଷତି କରିଥିଲେ, ବନବିଭାଗ ଯାଇ କେଉଁ ଚାଷୀର କେତେ କ୍ଷୟକ୍ଷତି ହୋଇଛି ତାହା ଆକଳନ ମଧ୍ୟ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଚାଷୀକୁ ସରକାରଙ୍କ ସହଯୋଗ ମିଳି ପାରୁ ନାହିଁ ବୋଲି ଚାଷୀ କହିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.