ଓଡିଶା ପୋଲିସ ହାବିଲଦାର ଓ କନେଷ୍ଟବଳ ସଂଘ ରାୟଗଡ ଶାଖାର ନିର୍ବାଚନ ଅନୁଷ୍ଠିତ

ସଭାପତି ହେଲେ ହରେକୃଷ୍ଣ, ସଂପାଦକ ଭାବେ ନାଇକା ନିର୍ବାଚିତ

ରାୟଗଡ,୧୨/୯ : ଓଡିଶା ପୋଲିସ ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ,ରାୟଗଡର ନିର୍ବାଚନ ଫଳାଫଳ ଗତ ମଙ୍ଗଳବାର ସଂଧ୍ୟାରେ ଭୋଟ ଗଣତି ପରେ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ନିର୍ବାଚନରେ ସଭାପତି ଭାବେ ହରେକୃଷ୍ଣ ମିଶ୍ର ୩୦୩ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି ଶେଖ୍ ମୁକତାଜ ୨୪୭ଖଣ୍ଡ ଭୋଟ ପାଇ ୫୬ଟି ଭୋଟରେ ପରାସ୍ତ ହୋଇଥିଲେ । ସେହିପରି ଉପସଭାପତି ଚିତରଂଜନ ରଥ ୨୫୬ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦି ଡି.ଦାସଙ୍କୁ ୨୩ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ସଂପାଦକ ଭାବେ ନାଇକା ଜାକକା ୩୩୧ଖଣ୍ଡ ଭୋଟ ପାଇ ପୂର୍ବତନ ସଂପାଦକ ବିରଂଚି ନାରାୟଣ ଚୈାଧୁରୀଙ୍କୁ ୯୮ଖଣ୍ଡରେ ପରାସ୍ତ କରି ବିଜୟୀ ହୋଇଥିଲେ । ସେହିପରି ଯୁଗ୍ମ ସଂପାଦକ-କ ଭାବେ ବେଲାଲସେନ୍ ହାଲୱା ଓ ଯୁ୍ଗ୍ମ ସଂପାଦକ-ଖ ଭାବେ ଦେବୀ ପ୍ରସାଦ ପଣ୍ଡା ନିର୍ବାଚିତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ଏଲ.ରବିନ୍ଦ୍ର କୁମାର ମୂର୍ତି ୩୪୪ଖଣ୍ଡ ଭୋଟ ପାଇ ନିଜ ନିକଟତମ ପ୍ରତିଦ୍ୱନ୍ଦି କେ.ଭି.ରାବଣାଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ସେହିପରି କାର୍ଯ୍ୟକାରିଣୀ ସଭ୍ୟବୃନ୍ଦ ଭାବେ ଶାନ୍ତିଲତା ପରିଡା,ଏସ.ବେଣୁ ଗୋପାଳ ରାଓ,ପ୍ରିୟଦର୍ଶୀ ଗମାଙ୍ଗ,ସଂଜୟ ଗମାଙ୍ଗ,ସୁମନ ସାହୁ ଓ ଗମାଙ୍ଗ ବିଜୟୀ ହୋଇଛନ୍ତି । ରାୟଗଡ ଶାଖାରେ ଗତ ସେପ୍ଟେମ୍ବର ୩ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ଚଳିତ ବର୍ଷ ନିର୍ବାଚନରେ ୧୧ଟି ପଦବୀ ପାଇଁ ୨୯ଜଣ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ । ଜିଲ୍ଳାରେ୬୨୩ଜଣ ଭୋଟରଙ୍କ ମଧ୍ୟରୁ ୫୬୬ଜଣ ଭୋଟଦାନ କରିଥିଲେ । ଚାନ୍ଦିଲି ଥାନା ଅର୍ନ୍ତଗତ ଜେକେପୁର ଠାରେ ଥିବା ରିଜର୍ଭ ପୋଲିସ କାର୍ଯ୍ୟାଳୟ ଠାରେ ଭୋଟ ଗଣତି କରାଯାଇ ଘୋଷଣା କରାଯାଇଥିଲା । ତେବେ ବିଜୟୀ ହୋଇଥିବା ସମସ୍ତ ପ୍ରାର୍ଥୀମାନେ ଜିଲ୍ଳା ଏସ.ପି.ଡଃ.ସର୍ବଣା ବିବେକ ଏମ.ଙ୍କୁ ସାକ୍ଷାତ କରିଥିବା ବେଳେ ନବ ନିର୍ବାଚିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ରାୟଗଡ ଜିଲ୍ଳା ପୋଲିସର ସର୍ବାଙ୍ଗିନ ଉନ୍ନତୀ କରିବା ପାଇଁ ସହଯୋଗ କରିବାକୁ ଏସ.ପି.ଶ୍ରୀ ବିବେକ ପରାମର୍ଶ ଦେଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Click here to get daily News  & Views update 👇

http://bit.ly/OBgroup3

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.