ବଲାଙ୍ଗିର,୧୨/୯ : ଲୋଇସିଂହା ବ୍ଲକ ଯୁଗିସୁରଡା ଗ୍ରାମ ପଂଚାୟତରେ ଏକ ଅଘଟଣ ଘଟିଛି । ଲଘୁଚାପ ଜନିତ ଲଗାଣ ବର୍ଷାରେ ଗତକାଲି ରାତି ବୁଇ ନନ୍ଦ ନାମକ ଜଣେ ବୃଦ୍ଧ ମହିଳା (୭୫) ଶୋଇଥିବା ଅବସ୍ଥାରେ ଘରର କାନ୍ଥ ପଡି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି ।
ଅଭିଯୋଗ ଆସିଛି ଲୋକେ ପଲିଥିନ ପାଇଁ ବାରମ୍ବାର ପ୍ରଶାସନ ପାଖରେ ଗୁହାରୀ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ତେଣୁ ଏହି ଦିଗ ପ୍ରତି ବିଡିଓ ଓ ତହସିଲଦାର ଧ୍ୟାନ ଦେବା ଉଚିତ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।