କେସିଙ୍ଗା,୧୩/୯ : କାଣ୍ଡେଲ ଆଞ୍ଚଳିକ ଯାଦବ ସମାଜ ଓ କେସିଙ୍ଗା ବ୍ଲକ ଯାଦବ ସମିତିର ମିଳିତ ଆନୁକୂଲ୍ୟରେ ତୁର୍ଲା ଠାରେ ପ୍ରବଳ ଉତ୍ସାହ ଉଦ୍ଦିପନା ସହ ନୂଆଖାଇ ଭେଟଘାଟ ୨୦୧୯ ସଂପର୍ଣ୍ଣ ହୋଇଛି ।
ଗୁରୁବାର ଦିନ କାଣ୍ଡେଲ ଠାରୁ ଏକ ବାଇକ ରେଲିରେ ଯୁବ ଯାଦବ କାର୍ଯ୍ୟକର୍ତ୍ତା ଓ ଯାଦବ ମାନେ ବାହାରି କାଣ୍ଡେଲ – ବ୍ରାହ୍ମଣୀ – କର୍ଲାଖୁଣ୍ଟା – ତୁର୍ଲା ଦେଇ ମଞ୍ଚ ପାଖରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ କାଣ୍ଡେଲ ଆଞ୍ଚଳିକ ଯାଦବ ସମାଜ ତରଫରୁ ଉଚ୍ଛସିତ ସ୍ବାଗତ କରାଯାଇଥିଲା । ଯାଦବ କୂଳର ଆରାଦ୍ଧ୍ୟ ଦେବତା ଭଗବାନ ଶ୍ରୀକୃଷ୍ଣଙ୍କ ସହ ଚଣ୍ଡି,ସମଲେଇ ପୂଜା ହୋଇ ମଞ୍ଚ ଉଦଘାଟନ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ହରିଶଙ୍କର ବାଗ, ମୂଖ୍ୟବକ୍ତା ଭାବେ ଚନ୍ଦାହାଣ୍ଡି ମହାବିଦ୍ୟାଳୟ ନବରଙ୍ଗପୁରର ଅଧ୍ୟକ୍ଷ ଦ୍ବାରିକାନାଥ ବାଗ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ପୂର୍ବତନ ଉପ ସଭାପତି ଉତ୍କଳ ଯାଦବ ମହାସଭା ମହେନ୍ଦ୍ର ନାଏକ, ଉତ୍କଳ ଯାଦବ ମହାସଭା ସଂପାଦକ ଧନେଶ୍ବର ଭାଟି, ସହ ସଂପାଦିକା ଉତ୍କଳ ଯାଦବ ମହିଳା ସେଲ ନୂଆପଡା ମମତା ମଞ୍ଜରୀ ଥପା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ,
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଜିଲ୍ଲା ଯୁବ ଯାଦବ ମହାସଭା ସଂପାଦକ ଲିଙ୍ଗରାଜ ବେହେରା, ଜିଲ୍ଲା ଯାଦବ ମହାସଭା ଉପ ସଭାପତି ନୃପରାଜ ଯାଦବ ଓ ଦୁଲ୍ଲଭ ମାହାର, ନାରୀ ନେତ୍ରୀ ପିଙ୍କି ତେଜି, ପୂର୍ବତନ ଅଧ୍ୟକ୍ଷ ବିଜ୍ଞାପିତ ଅଞ୍ଚଳ ପରିଷଦ କେସିଙ୍ଗା ରମାକାନ୍ତ ଗଉଡ, ବ୍ଲକ ଯାଦବ ସମାଜ କେସିଙ୍ଗା ସଭାପତି ପନ୍ନାଲାଲ ବେମାଲ, ଗୋଳାମୁଣ୍ଡା ବ୍ଲକ ଯାଦବ ସମିତି ସଭାପତି ଗିରିଧାରି ତେଜି ପ୍ରମୂଖ ମଞ୍ଚାସୀନ ଥିଲେ ।
କାଣ୍ଡେଲ ସରପଞ୍ଚ ପଙ୍କଜ ଗଉଡ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଯାଦବ ସଂଗଠକ ତଥା ଭାରତୀୟ ଶିଶୁ ମନ୍ଦିର ସରିଆର ପ୍ରଧାନ ଆଚାର୍ଯ୍ୟ ପୁରୋହିତ ନାଏକ କାର୍ଯ୍ୟକ୍ରମର ଆଭିମୂଖ୍ୟ ଉପରେ ଆଲୋକପାତ କରିଥିଲେ । ୨୦୧୦ ମସିହାରେ ଯୁବ ଯାଦବ ମାନଙ୍କ ପ୍ରଚେଷ୍ଠାରେ ବ୍ରହ୍ମଣୀ ଗ୍ରାମରୁ ଏହି ନୂଆଖାଇ ଭେଟଘାଟ ଆରମ୍ଭ ହୋଇ ଆଜି ନବମ ବର୍ଷରେ ପଦାର୍ପଣ କରିଛି । କାଣ୍ଡେଲ ଆଞ୍ଚଳିକ ସମିତି ଅନ୍ତର୍ଗତ ଗ୍ରାମ ସମୁହର ଯାଦବ ମାନଙ୍କ ମନରୁ ଅନ୍ଧ ବିଶ୍ବାସ କୁସଂସ୍କାରର ମୂଳୋତ୍ପାଟନ ସହ ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, ବେକାରୀ ସମସ୍ୟା ଦୂରିକରଣ, ଅର୍ଥନୈତିକ ପ୍ରଗତୀ, ରାଜନୀତି ଆଦି ବିଭିନ୍ନ ଦିଗରେ ଯାଦବ ସମାଜର ଭିତ୍ତିଭୂମିକୁ ସୁଦୃଢ କରିବାର ଅଭିପ୍ରାୟ ନେଇ ଏହି ଉତ୍ସବର ପରିକଳ୍ପନା କରାଯାଇଥିଲା ।
ବିଗତ ୯ ବର୍ଷ ମଧ୍ୟରେ କାଣ୍ଡେଲ ପଞ୍ଚାୟତର ରାଜନିତି କ୍ଷେତ୍ରରେ ଯାଦବ ମାନଙ୍କ ସଂପୂର୍ଣ୍ଣ ଆଧିପତ୍ୟ ରହିଆସିଛି । ଏହାସହ କୃଷି କ୍ଷେତ୍ରରେ ଏହି ପଞ୍ଚାୟତ ବ୍ଲକରେ ଉଦାହରଣ ସୃଷ୍ଟି କରି ପାରିଛି । ଆର୍ଥିକ କ୍ଷେତ୍ରରେ ମଧ୍ୟ ଯାଦବ ମାନେ ଯଥେଷ୍ଟ ଉନ୍ନତି କରିଛନ୍ତି । ଆତ୍ମ ନିର୍ଭରଶିଳ ହୋଇ ଏହି ଅଞ୍ଚଳର ଯୁବ ଯାଦବ ମାନେ ସ୍ବଚ୍ଛନ୍ଦ ଜିବନ ଯାପନ କରୁଛନ୍ତି ।
ମଞ୍ଚାସୀନ ଅତିଥି ଓ ସମବେତ ଯାଦବ ମାନେ ପରସ୍ପରକୁ ନୁଆ ଖୁଆଇବା ସହ ଜୁହାର ଭେଟ ହୋଇଥିଲେ । ଏଠାରେ ସୂଚନା ଯୋଗ୍ୟଯେ କଳାହାଣ୍ଡି ଜିଲ୍ଲାରେ ଭାଦ୍ରପଦ ଶୁକ୍ଲ ପଞ୍ଚମୀ ଓ ଦଶମୀ ତିଥିରେ ନବାର୍ଣ୍ଣ ଭକ୍ଷଣ କରାଯାଇଥିଲା, କିନ୍ତୁ ତୁର୍ଲା ଠାରେ ଆୟୋଜିତ ନୂଆଖାଇ ଭେଟ ସମସ୍ତ ଯାଦବଙ୍କୁ ନିକଟରୁ ନିକଟତର କରିପାରିଥିଲା । ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ସହ ସମାଜକୁ ବିକାଶ ପଥରେ ଆଗେଇ ନେବାକୁ ଏକତ୍ରିତ ହୋଇଥିଲେ ୧୩ଟି ବ୍ଲକର କାର୍ଯ୍ୟକର୍ତ୍ତା, ଯୁବ ଯାଦବ ଓ ମହିଳା ମାନେ ।
ଯାଦବ ସଂସ୍କୃତିର ମହାନ ବିଭବ ତଥା ସାମରିକ କଳା ‘ବାଡି ଖେଳ’ ମଞ୍ଚରେ ପ୍ରଦର୍ଶିତ ହୋଇଥିଲା । ହଜାର ହଜାର ବର୍ଷଧରି ଯାଦବ କୂଳର ବିଜୟ ବାନା ଉଡାଇ ଆସିଥିବା ଏହି ମହାନ ପରମ୍ପରାକୁ ପ୍ରଥମ ପର୍ଯ୍ୟାୟରେ ମନୋଜ ମାହାର ଓ ସାଥି ଦଳଗତ ଭାବେ ପ୍ରଦର୍ଶନ କରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ ଓ ତାଙ୍କ ସୁପୁତ୍ର ଶିବମ ଧଙ୍ଗଡା ମାଝୀ ପରିବେଶିତ କରିଥିଲେ ।
ଏହି ଉତ୍ସବରେ କଳାକାର ସର୍ବେଶ୍ବର ଭୋଇ, କମ୍ବୁପାଣି ବାଗ, କାଣ୍ଡେଲ ସରପଞ୍ଚ ପଙ୍କଜ ଗଉଡ, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର ପ୍ରମୂଖଙ୍କ ସହ ଅନେକ ବ୍ୟକ୍ତିକ୍ବଙ୍କୁ ସମ୍ମାନିତ କରାଯାଇଥିଲା ।
ଏପରି ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଯାଦବ ମାନଙ୍କୁ ଏକତ୍ରିତ କରିପାରି ଥିବାରୁ ମୁଖ୍ୟ ଅତିଥି ହରିଶଙ୍କର ବାଗ କାଣ୍ଡେଲ ଆଞ୍ଚଳିକ ଯାଦବ ସମାଜ ଓ କେସିଙ୍ଗା ବ୍ଲକ ଯାଦବ ସମାଜକୁ ଆନ୍ତରିକ ଧନ୍ୟବାଦ ପ୍ରଦାନ କରିଥିଲେ । ଆଗକୁ ଶ୍ରୀଯୁକ୍ତ ବାଗ ନୂଆଖାଇର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରିବାସହ ସାମାଜିକ ବିଧି ବ୍ୟବସ୍ଥା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
ମୁଖ୍ୟବକ୍ତା ଦ୍ବାରିକାନାଥ ବାଗ ଯଦୁକୂଳର ସଂକ୍ଷୀପ୍ତ ଇତିହାସ, ବିରତ୍ବ ଓ ଗାରିମାମୟ ପୂର୍ବ ଗୌରବ ବିଷୟରେ ଆଲୋକପାତ କରିବାସହ ସୁସଂଗଠିତ ହେବାକୁ ଆହ୍ବାନ ଦେଇଥିଲେ ।
ପରେପରେ ଉସ୍ତାଦ ବିସମିଲ୍ଲା ଖା ଯୁବ ପୁରସ୍କାର ପ୍ରାପ୍ତ କଳାକାର ସର୍ବେଶ୍ବର ଭୋଇ ଓ ଜୁନିୟର ଫେଲୋସିପ ପ୍ରାପ୍ତ କଳାକାର କମ୍ବୁପାଣୀ ବାଗ ଓ ସାଥିଙ୍କ ଦ୍ବାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠେଇଥିଲେ ଦର୍ଶକ ।
କାର୍ଯ୍ୟକ୍ରମରେ ଗିରିରାଜ ଗଉଡ ମଞ୍ଚ ପରିଚାଳନା କରିଥିବା ବେଳେ କେସିଙ୍ଗା ବ୍ଲକ ଯାଦବ ସମାଜ ସଂପାଦକ ଘନଶ୍ୟାମ ଗହିର, କାଣ୍ଡେଲ ଆଞ୍ଚଳିକ ଯାଦବ ସମାଜ ସଭାପତି ଗଦନ ଗଉଡ, ଆଞ୍ଚଳିକ ଯାଦବ ସମାଜ ସଂପାଦକ ତ୍ରିପୁର ନାଏକ, କଲକିରାମ ବାଗ, ସମସ୍ତ କାର୍ଯ୍ୟକର୍ତ୍ତା ଓ ଯାଦବ ମାନେ ସହଯୋଗ କରିଥିଲେ ।
କଳାହାଣ୍ଡି ଜିଲ୍ଲା କେସିଙ୍ଗା ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in
Click here to get daily News & Views update 👇
https://bit.ly/OBgroup3
Like us on Facebook👇
http://facebook.com/odiabarta