ପୁଲିସ କର୍ମଚାରୀଙ୍କ ବେପାରୁଆ ଗାଡି ଚାଲନା ଜନିତ ଦୂର୍ଘଟଣା, ୨ ମୃତ

ସୋନପୁର,୧୩/୯ : ସୋନପୁର- ବଲାଙ୍ଗୀର ଦେଇ ଯାଇଥିବା ଜାତୀୟ ରାଜପଥର ଅର୍ଜୁନପୁର ଛକ ନିକଟରେ ଠାରେ ଜଣେ ପୁଲିସ କର୍ମଚାରୀଙ୍କ ବେପାରୁଆ ଗାଡି ଚଳନା ଯୋଗୁ ସୋନପୁର ଜିଲ୍ଲା କଲେଜ କୁ ନାମ ଲେଖାଇବାକୁ ଆସୁଥିବା ଜଣେ ଯୁକ୍ତ ତିନି ଛାତ୍ର ଓ ତାଙ୍କ ଅଜାଙ୍କ ମୃତ୍ୟୁ ଘଟିଛି । ସୁଚାନୁ ସାରେ ବଲାଙ୍ଗୀର ତୁଷୁରା ଥାନା ର ଚାଂଟିପଦର ଗ୍ରାମର ଜଳନ୍ଦର ବୁଡେକ(୫୫) ଓ ନିଜ ସମ୍ପକୀୟ ନାତି ସିନ୍ଦିସରା ଗ୍ରାମର ଦେବେନ୍ଦ୍ର ମଲ୍ଲିକ (୧୮) କଲେଜ କୁ ନାମ ଲେଖାଇବାକୁ ସୋନପୁର ଆସୁଥିଲେ । ତେବେ ସୋନପୁର- ବଲାଙ୍ଗୀର ଦେଇ ୫୭ ନଂ ଜାତିୟ ରାଜପଥରେ ଅର୍ଜୁନପୁର ଛକ ନିକଟରେ ସୋନପୁର ରୁ ୧୬ ଜଣ ବିଚାରଧିନ କାଏଦି ନେଇ ରାମପୁର କୋଟକୁ ଯାଉଥିବା ଓଡି -୦୫ ଜେଡ୩୩୦୧ ନମ୍ବର ର ଏକ ପୁଲିସ ଭ୍ୟାନ ଗାଡି ସେମାନଙ୍କ ବାଇକ୍ କୁ ଧକ୍କା ଦେବା ଫଳରେ ବାଇକ୍ ରେ ଥିବା ଉଭୟ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପରେ ଦମକଲ ବାହିନି ଉଭୟଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ଆଣିଥିଲେହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ମୃତକ ସ୍ଥାନିୟ ଅଂଚଳର ହୋଇନ ଥିବାରୁ ପ୍ରଥମେ ଚିହ୍ନଟରେ ସମସ୍ୟା ସୃଷ୍ଟି ହୋଇଥିଲା ପରେ ସେମାଙ୍କଠୁ ମିଳିଥିବା କାଗଜ ପତ୍ରରୁ ପରିଚୟ ମିଳିବା ସହ ତାଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଥିଲା । ପରିସ୍ଥିତି କୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିଷ ପକ୍ଷରୁ ଡାକ୍ତର ଖାନା ନିକଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ମୃତକଙ୍କ ପରିବାର ପହଚିଂଲା ପରେ ଅତିରିକ୍ତ ତହସିଲଦାର ତଥା ନିର୍ବାହି ମାଜଷ୍ଟ୍ରେଟ ତ୍ରିପୁରା ମହାନନ୍ଦଙ୍କ ଉପସ୍ଥିତିରେ ଶବ ର ପଚଂନାମା କରାଯାଇ ପରେ ବ୍ୟବଛେଦ କରାଯାଇଥିଲା । ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କାରାଯାଇଥିବା ସବ୍ ଇନିସପେକ୍ଟର ଅବିନାସ ପଧାନ ସୁଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ମୃତକ ପରିବାର କୁ ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କା ଅନୁକ୍ପାମୁଳକ ସହାୟତା ପ୍ରାଦାନ କରାଯାଇତିବା ସୁଚନା ମିଳିଛି । ଖବର ପାଇ ଉତରାଚଂଳ ଡିଆଇଜି ହିମାଂସୁ ଲାଲ ସୋନପୁରରେ ପହଂଚି ଥିଲେ । ସେହିପରୀ ଜିଲ୍ଲାପାଲ ମନିଷା ବାନାର୍ଜୀ, ଶରତ ଚନ୍ଦ୍ର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିସ୍ରା ଅଧିକାରୀ ଡ.ପ୍ରଦିପ ଗୁରୁ,ପ୍ରମୁଖ ସହ ଏହି ଦୁର୍ଘଟଣା ସର୍ମ୍ପକରେ ଆଲୋଚନା କରୀ ଥିଲେ । ଡିଆଜି ଙ୍କ ନିର୍ଦେଶରେ ସୋନପୁର ପୁଲିସ ସମ୍ପୃକ୍ତ ପୁଲିସ ଭ୍ୟାନ କୁ ଜବତ କରିବା ସହ ଗାଡି ଡ୍ରାଇଭର ବାବୁଲି ସେଠୀଙ୍କୁ ଗିରଫ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.