ସୋନପୁର,୧୩/୯ : ସୋନପୁର- ବଲାଙ୍ଗୀର ଦେଇ ଯାଇଥିବା ଜାତୀୟ ରାଜପଥର ଅର୍ଜୁନପୁର ଛକ ନିକଟରେ ଠାରେ ଜଣେ ପୁଲିସ କର୍ମଚାରୀଙ୍କ ବେପରୁଆ ଗାଡି ଚାଲନା ଯୋଗୁ ସୋନପୁର ଜିଲ୍ଲା କଲେଜକୁ ନାମ ଲେଖାଇବାକୁ ଆସୁଥିବା ଜଣେ ଯୁକ୍ତ ତିନି ଛାତ୍ର ଓ ତାଙ୍କ ଅଜାଙ୍କ ମୃତ୍ୟୁ ଘଟିଛି । ସୁଚନାନୁସାରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଚାଂଟିପଦର ଗ୍ରାମର ଜଳନ୍ଦର ବୁଡେକ(୫୫) ଓ ନିଜ ସମ୍ପକୀୟ ନାତି ସିନ୍ଦିସରା ଗ୍ରାମର ଦେବେନ୍ଦ୍ର ମଲ୍ଲିକ (୧୮) କଲେଜରେ ନାମ ଲେଖାଇବାକୁ ସୋନପୁର ଆସୁଥିଲେ । ତେବେ ସୋନପୁର- ବଲାଙ୍ଗୀର ଦେଇ ୫୭ ନଂ ଜାତିୟ ରାଜପଥରେ ଅର୍ଜୁନପୁର ଛକ ନିକଟରେ ସୋନପୁରରୁ ୧୬ ଜଣ ବିଚାରଧିନ କାଏଦିଙ୍କୁ ନେଇ ରାମପୁର କୋର୍ଟକୁ ଯାଉଥିବା ଓଡି – ୦୫ ଜେଡ ୩୩୦୧ ନମ୍ବରର ଏକ ପୁଲିସ ଭ୍ୟାନ ସେମାନଙ୍କ ବାଇକ୍ କୁ ଧକ୍କା ଦେବା ଫଳରେ ବାଇକ୍ ରେ ଥିବା ଉଭୟ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପରେ ଦମକଲ ବାହିନି ଉଭୟଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ମୃତକ ସ୍ଥାନିୟ ଅଂଚଳର ହୋଇନ ଥିବାରୁ ପ୍ରଥମେ ଚିହ୍ନଟରେ ସମସ୍ୟା ସୃଷ୍ଟି ହୋଇଥିଲା ପରେ ସେମାଙ୍କଠୁ ମିଳିଥିବା କାଗଜ ପତ୍ରରୁ ପରିଚୟ ମିଳିବା ସହ ତାଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଥିଲା । ପରିସ୍ଥିତି କୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିଷ ପକ୍ଷରୁ ଡାକ୍ତର ଖାନା ନିକଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମୃତକଙ୍କ ପରିବାର ପହଚିଂଲା ପରେ ଅତିରିକ୍ତ ତହସିଲଦାର ତଥା ନିର୍ବାହି ମାଜଷ୍ଟ୍ରେଟ ତ୍ରିପୁରା ମହାନନ୍ଦଙ୍କ ଉପସ୍ଥିତିରେ ଶବ ପଚଂନାମା କରାଯାଇ ପରେ ବ୍ୟବଛେଦ କରାଯାଇଥିଲା । ଏ ସଂକ୍ରାନ୍ତ ରେ ଏକ ମାମଲା ରୁଜୁ କାରାଯାଇଥିବା ସବ୍ ଇନିସପେକ୍ଟର ଅବିନାସ ପଧାନ ସୁଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ମୃତକ ପରିବାରକୁ ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରାଦାନ କରାଯାଇଥିବା ସୁଚନା ମିଳିଛି । ଖବର ପାଇ ଉତରାଚଂଳ ଡିଆଇଜି ହିମାଂସୁ ଲାଲ ସୋନପୁର ରେ ପହଂଚି ଜିଲ୍ଲାପାଲ ମନିଷା ବାନାର୍ଜୀ, ଶରତ ଚନ୍ଦ୍ର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ପ୍ରଦିପ ଗୁରୁ ପ୍ରମୁଖଙ୍କ ସହ ଏହି ଦୁର୍ଘଟଣା ସର୍ମ୍ପକରେ ଆଲୋଚନା କରିଥିଲେ । ଡିଆଜିଙ୍କ ନିର୍ଦେଶରେ ସୋନପୁର ପୁଲିସ ସମ୍ପୃକ୍ତ ପୁଲିସ ଭ୍ୟାନ କୁ ଜବତ କରିବା ସହ ଗାଡିର ଡ୍ରାଇଭର ବାବୁଲି ସେଠୀଙ୍କୁ ଗିରଫ କରିଛି ।
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in