ଲାଞ୍ଜିଗଡ,୧୪/୯ : ଆସି ଯାଇଛି ପାର୍ବଣ ଋତୁ, ଧରିତ୍ରୀ ଦେବୀ ନାନା ରୂପରେ ସଜ୍ଜିତ ହୋଇ ଅପେକ୍ଷା କରିଛି ଦେବାଦେବୀଙ୍କ ଆଗମନକୁ । ଭାଦ୍ର ଶୁକ୍ଳ ଚତୁର୍ଥୀରେ ଅଗ୍ରପୂଜ୍ୟ ଗଣପତି ଗଣେଶଙ୍କ ପୂଜା ପରେ ପଞ୍ଚମୀ ଓ ଦଶମୀ ତିଥିରେ ନବାର୍ଣ୍ଣ ଭକ୍ଷଣ ହୋଇ ଯାଇଛି । ଆଜିଠୁ ଆରମ୍ଭ ହେଲା ପିତୃପକ୍ଷ, ପରଲୋକଗତ ପିତୃ ପୁରୁଷଙ୍କୁ ସମ୍ମାନ ଦେବା ସହ ଶ୍ରାଦ୍ଧ କରିବାର ଶୁଭଅବସର । ଏହା ପରେ ପରେ ଆଶ୍ବିନ ମାସରେ ଧରାବତରଣ କରିବେ ଜଗଜ୍ଜନନୀ ଦୂର୍ଗା । ଦେବୀ ଦୂର୍ଗାଙ୍କ ପୂଜା ପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।
ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଠାରେ ଲାଞ୍ଜିଗଡ ଯୁବକ ସଂଘ ଆନୁକୂଲ୍ୟରେ ସର୍ବଜାନୀନ ଦୂର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଲାଞ୍ଜିଗଡ ରାଜା ରାଜେନ୍ଦ୍ର ପ୍ରତାପ ସିଂଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୂଜା ସମନ୍ଧିୟ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା ।
ନୂତନ କର୍ମକର୍ତ୍ତା ଚୟନ
ସର୍ବ ସମ୍ମତ୍ତିକ୍ରମେ ଏବର୍ଷର ପୂଜା କମିଟି ସଭାପତି ସୁମନ୍ତ ଦଳବେହେରା, ସଂପାଦକ ଭାବେ ଏମ. ଚନ୍ଦ୍ରଶେଖର, ସାଂସ୍କୃତିକ ସମ୍ପାଦକ ଜୟନ୍ତ ମହାକୁଡ, କୋଷାଧ୍ୟକ୍ଷ କିଶୋର ପେସନିଆ ଓ ଉପଦେଷ୍ଟା କମିଟିରେ ସର୍ବଶ୍ରୀ ଚନ୍ଦ୍ରଧ୍ବଜ ପେସନିଆ, ଖେମରାଜ ଦଳବେହେରା, ଅଶୋକ ପଟ୍ଟନାୟକ, ରାଜେନ୍ଦ୍ର ପ୍ରତାପ ସିଂଦେଓ, ହିମାଦ୍ରୀ ପେସନିଆ, ରୋହିତ ମହାକୁମାର, ଭୂପେନ୍ଦ୍ର ମହାରଥି ପ୍ରମୂଖ ଚୟନିତ ହୋଇଛନ୍ତି ।
ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
Click here to get daily News & Views update 👇
https://bit.ly/OBgroup3
Like us on Facebook👇
http://facebook.com/odiabarta