ଅମର +୩ ମହାବିଦ୍ୟାଳୟ କୁଶୁର୍ଲାରେ ସ୍ୱାଗତ ଉତ୍ସବ

କଳାହାଣ୍ଡି,୧୨/୯(ନବୀନ କିଶୋର ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ସ୍ଥିତ ଅମର +୩ ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ସ୍ବାଗତ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟଷ ନବୀନ ପଧାନ ସଭାପତିତ୍ବ କରିଥିବା ବେଳେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ ମୂଖ୍ୟ ଅତିଥି, ଅଧ୍ୟାପକ ରବୀନ ନନ୍ଦ, ଅଧ୍ୟାପକ ନରେଶ ବିଶି, ଅଧ୍ୟାପକ ରାଜେନ୍ଦ୍ର ଗହୀର, ଗ୍ରନ୍ଥାଗାରିକ ଲୋକନାଥ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଛାତ୍ରମାନେ କିପରି ଭାବରେ ସଫଳତା ପାଇ ପାରିବେ ସେଥିପାଇଁ ମାର୍ଗଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀମାନେ ନବାଗତ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ।  ଉତ୍ସବରେ ମହାବିଦ୍ୟାଳୟର ସାଂସ୍କୃତିକ ଦାୟିତ୍ୱରେ ଥିବା ଅଧ୍ୟାପିକା ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଉତ୍ସବରେ ହୃଦାନନ୍ଦ ସାହୁ, ପ୍ରତାପ ସାହୁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ, ନାଟକ ପରିବେଷଣ କରାଯାଇଥିଲା।

Click here to get daily News  & Views update 👇

https://bit.ly/OBgroup3

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.