କଳାହାଣ୍ଡି,୧୪/୯ : ୧୯୪୯ ମସିହା ଆଜିର ଦିନରେ ହିନ୍ଦୀକୁ ରାଷ୍ଟ୍ରିୟ ମାନ୍ୟତା ରୂପ ଦିଆଯାଇଥିଲା । ତେଣୁ ପ୍ରତିବର୍ଷ ସେପ୍ଟମ୍ବର ୧୪ ତାରିଖକୁ ବିଶ୍ବ ହିନ୍ଦି ଦିବସ ଭାବେ ପାଳନ କରାଯାଉଛି । ସେହି କ୍ରମରେ ଭବାନୀପାଟଣା ସ୍ଥିତ ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ବିଶ୍ବ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶିବରାମ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ଜିଲ୍ଲା ସଂଯୋଜକ କିସ୍ ଓ କିଟ୍ ଭୂବନେଶ୍ବର ଦୁଷ୍ମନ୍ତ ପ୍ରଧାନ ମୁଖ୍ୟ ଅତିଥି, ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ସାଗରିକା ଦାସ ଏବଂ ଶିକ୍ଷୟିତ୍ରୀ କନ୍ୟାକୁମାରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ହିନ୍ଦୀ ଭାଷା ପ୍ରତି ସମସ୍ତଙ୍କର ଅନୁରାଗ ସୃଷ୍ଟି କରିବା ପାଇଁ ଅତିଥିଗଣ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଶିକ୍ଷକ ଦକ୍ଷ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ପ୍ରୀତିଶା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Like us on Facebook👇
http://facebook.com/odiabarta