ଧାର୍ମିକ ଗ୍ରନ୍ଥ ଅନୁସାରେ ପାରିବାରିକ କଲ୍ୟାଣ ଓ ପିତୃ ପୁରୁଷଙ୍କ ଆତ୍ମ ଶାନ୍ତି ପାଇଁ ପିତୃ ପକ୍ଷରେ ଶ୍ରାଦ୍ଧ କର୍ମ କରିବା ଉଚିତ । ବିଧି ପୂର୍ବକ ଶ୍ରାଦ୍ଧ କଲେ ପିତୃ ଆଶିର୍ବାଦ କରିଥାନ୍ତି । ବିଶ୍ବାସ ରହିଛି ଏହି ପକ୍ଷରେ ପିତୃଗଣ କୌଣସି ନା କୌଣସି ରୂପରେ ଆମ୍ଭ ମାନଙ୍କ ମଧ୍ୟରେ ଆସନ୍ତି ଓ ଆଶିର୍ବାଦ କରିଥାନ୍ତି । ଏହି ଦିନରେ କରା ଯାଉଥିବା ଦାନ ପୁଣ୍ୟର ବିଶେଷ ଫଳ ମିଳିଥାଏ । ପୁରାଣ ଅନୁସାରେ ଯିଏ ପାରିଲେ ସିଏ ଶ୍ରାଦ୍ଧ କର୍ମ କରି ପାରିବନାହିଁ ।
ଏବେ ଜାଣିବା କିଏ କରି ପାରିବ ଶ୍ରାଦ୍ଧ…..
ପିତାଙ୍କ ଶ୍ରାଦ୍ଧ କର୍ମ ପୁତ୍ର ହାତରେ ହିଁ କରାଯିବା ଉଚିତ । ପୁତ୍ର ନଥିଲେ ପତ୍ନୀବି ଶ୍ରାଦ୍ଧ କର୍ମ କରିପାରିବେ । ଯଦି ପତ୍ନୀ ନାହାନ୍ତିତ ଭାଇବି ଶ୍ରାଦ୍ଧ କରିପାରିବେ । ଯଦି ଏମାନଙ୍କ ମଧ୍ୟରୁ କେହିବି ନଥିଲେ ପରିବାରର ଯେ କୌଣସି ସଦସ୍ୟ ତର୍ପଣ କରିପାରିବେ ।
ଗୋଟିଏରୁ ଅଧିକ ପୁତ୍ର ଥିଲେ ବଡ ପୁଅ ଶ୍ରାଦ୍ଧ କର୍ମ କରିଥାନ୍ତି । ଝିଅର ପତି ଏବଂ ପୁତ୍ର ମଧ୍ୟ ଶ୍ରାଦ୍ଧ କର୍ମ କରିପାରିବେ । ପୁଅ ଯାଗାରେ ପୌତ୍ର ଓ ପ୍ରପୌତ୍ର ମଧ୍ୟ ଶ୍ରାଦ୍ଧ କରି ପାରିବେ । ଯଦି ପୁତ୍ର, ପୌତ୍ର, ପ୍ରପୌତ୍ର ନଥାନ୍ତି ତେବେ ବିଧବା ସ୍ତ୍ରୀବି ଶ୍ରାଦ୍ଧ କର୍ମ କରିପାରିବେ । ଭଣଜା ବି ଶ୍ରାଦ୍ଧ କର୍ମ କରିପାରିବେ ।
Click here to get daily News & Views update 👇
https://bit.ly/OBgroup3
Like us on Facebook👇
http://facebook.com/odiabarta