ଲାଞ୍ଜିଗଡ ସମ୍ବାଦ ସାହିତ୍ୟ ଘର ଓ ଆଶ୍ରମ ପଡ଼ା ସ୍କୁଲ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲାଞ୍ଜିଗଡ,୧୫/୯ : ବର୍ତ୍ତମାନର ସମୟରେ ବିଶ୍ବ ତାପନ (Global warming) ଏକ ପ୍ରମୂଖ ସମସ୍ୟା ଭାବେ ଉଭା ହୋଇଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ବୃକ୍ଷ ରୋପଣ ଏକ ଉତ୍ତମ ମାଧ୍ୟମ ଭାବେ ପରିଗଣିତ ହେଉଛି । ଏକ ସୁସ୍ଥ ସୁନ୍ଦର ପରିବେଶ ଗଠନ ପାଇଁ ବୃକ୍ଷ ରୋପଣର ଜଥେଷ୍ଟ ଗୁରୁତ୍ବ ରହିଛି । ସାରା ଦେଶରେ ସରକାରୀ ଓ ବେସରକାରୀ ସ୍ଥରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସବୁ ଆୟୋଜିତ ହୋଇ ଜନ ସଚେତନତା ସୃଷ୍ଟି କରାଯାଉଛି । ଏହି କ୍ରମରେ ଲାଞ୍ଜିଗଡ ଆଶ୍ରମପଡା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଛି ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ଆଶ୍ରମ ପଡ଼ା ପ୍ରାଥମିକ ବିଦ୍ୟାଳୟ ଠାରେ ଲାଞ୍ଜିଗଡ ‘ସମ୍ବାଦ’ ସାହିତ୍ୟ ଘର ଓ ଆଶ୍ରମ ପଡ଼ା ପ୍ରାଥମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ପରିବେଶ ବିତ ତଥା ଏବିଇଓ କାଶିନାଥ ରାଉତରାୟ ଯୋଗ ଦେଇଥିବା ବେଳେ ଲାଞ୍ଜିଗଡ ‘ସମ୍ବାଦ’ସାହିତ୍ୟ ଘର ସଭାପତି ଗୋପବନ୍ଧୁ ପୁଷ୍ଟି ମୁଖ୍ୟ ବକ୍ତା,

ସାହିତ୍ୟ ଘର ସମ୍ବାଦକ ରାଘବ ଗହୀର, ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କାମିନୀ ରାୟ, ଶିକ୍ଷକ ପ୍ରଭାକର ରଣା, ଶିକ୍ଷକ ତଥା ସାହିତ୍ୟ ଘର ମେମ୍ବର ଚନ୍ଦ୍ରଚୁଡ଼ ମହାଖୁଡ଼, ଲାଞ୍ଜିଗଡ ବନ ବିଭାଗ ପକ୍ଷରୁ ବିଭୁତି ଭୂଷଣ ନାଏକ ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏବିଇଓ ଶ୍ରୀ ରାଉତରାୟ ଓ ସଭାପତି ଶ୍ରୀ ପୁଷ୍ଟି ପ୍ରଥମେ ପୂଜାର୍ଚ୍ଚନା କରି ବୃକ୍ଷରୋପଣ କରିଥିଲେ। ଅତିଥି ଓ ସମସ୍ତ ଛାତ୍ରଛାତ୍ରୀ ସ୍କୁଲ ପରିସରରେ ୫୦ ରୁ ଉର୍ଦ୍ଧ କଦମ୍ବ, ଆକାଶୀ, କୃଷ୍ଣଚୁଡା, କାଜୁ, କରଞ୍ଜ, ଦେବଦାରୁ, ଅଁଳା, ଅମୃତ ଭଣ୍ଡା, ଡାଲିମ୍ବ ଚାରା ରୋପଣ କରିଥିଲେ।

ଲାଞ୍ଜିଗଡ ‘ସମ୍ବାଦ’ ପ୍ରତିନିଧି କ୍ଷମାନିଧି ମହାଖୁଡ଼ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଲାଞ୍ଜିଗଡ ବନ ବିଭାଗ ପକ୍ଷରୁ ଦିଲେଶ୍ଵର ପ୍ରଧାନୀ, ସୁଶାନ୍ତ ହରିଜନ, ସ୍କୁଲ ପାଚିକା ସପୁର ମୁଣ୍ଡା ଓ ପ୍ରତିମା ମୁଣ୍ଡା ସହଯୋଗ କରିଥିଲେ।

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

Click here to get daily News  & Views update 👇

https://bit.ly/OBgroup3

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.