ଅଣକା ଗ୍ରାମରେ ହେଉନି ପ୍ରି-ସ୍କୁଲ : ବିଭାଗୀୟ ଅଧିକାରୀ ଜାଣି ମଧ୍ୟ ଅଜଣା

ଖୋଲାଯାଉନି ଅଙ୍ଗନୱାଡି କେନ୍ଦ୍ର, ଛତୁଆ ଓ ଅଣ୍ଡା ପାଇବାରୁ ବଞ୍ଚିତ ହିତାଧିକାରୀ

Omkar Vasthu
Omkar Vasthu

ରାୟଗଡ,୧୫/୯ : ମାସ ମାସ ଧରି ଅଙ୍ଗନୱାଡି କେନ୍ଦ୍ର ଖୋଲୁ ନାହାନ୍ତି ଅଙ୍ଗନୱାଡି କର୍ମୀ । ବିଭାଗୀୟ ଅଧିକାରୀ ଓ ସୁପରଭାଇଜରଙ୍କ ପାଖରେ ରହିଛି ସୂଚନା । ତେବେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଓ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ କୈାଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ପ୍ରି-ସ୍କୁଲ ବନ୍ଦ ହେବା ସହ ହିତାଧିକାରୀଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ । ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ଅଙ୍ଗନୱାଡି କେନ୍ଦ୍ରକୁ ଠିକ୍ ଭାବେ ପରିଚାଳନା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କୁନି କୁନି ପିଲାମାନଙ୍କୁ ପ୍ରି-ସ୍କୁଲର ବ୍ୟବସ୍ଥା ସାଙ୍ଗକୁ ଗର୍ଭବତୀ, ପ୍ରସୂତି ମହିଳା ଓ ଦୁର୍ବଳ ଶ୍ରେଣୀର ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ନିୟୋଜିତ କରାଛନ୍ତି ଅଙ୍ଗନୱାଡି କର୍ମୀମାନଙ୍କୁ । ଅଙ୍ଗନୱାଡି ଗୃହ ନିର୍ମାଣ ସହ ପିଲାମାନଙ୍କୁ ଶିକ୍ଷାଦାନ କରିବା ପାଇଁ ବିଭିନ୍ନ ପ୍ରକାର ଖେଳଣା ସହ ବହିପତ୍ର ଆଦି ଯୋଗାଇ ଦିଆଯାଉଛି । ଦୀର୍ଘ ଦିନର ଦାବିକୁ ସରକାର ମାନିନେଇ ସେମାନଙ୍କ ଦରମାରେ ବୃଦ୍ଧି ମଧ୍ୟ କରିଛନ୍ତି ତେବେ ସମସ୍ତ ସୁବିଧା ରହିଥିଲେ ମଧ୍ୟ ଅଙ୍ଗନୱାଡି କେନ୍ଦ୍ରକୁ ମାସ ମାସ ଧରି କର୍ମୀ ନଯିବା ଫଳରେ କେନ୍ଦ୍ରଟି ବନ୍ଦ ରହୁଥିବା ଯୋଗୁଁ ଛତୁଆ ଓ ଅଣ୍ଡା ଆଦି ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଭଳି ଏକ ଅଙ୍ଗନୱାଡି କେନ୍ଦ୍ର ରହିଛି ରାୟଗଡ ଜିଲ୍ଳା ସଦର ବ୍ଳକ ବଡଇରକୁବାଡି ଗ୍ରାମ ପଂଚାୟତର ଅଣକା ଗ୍ରାମରେ । ଦୀର୍ଘ ଦିନ ଧରି ଏହାର ଦାୟିତ୍ୱରେ ରହିଥିବା ଅଙ୍ଗନୱାଡି କର୍ମୀ ଶାନ୍ତି ମେଲକା ଅନେକ ସମୟରେ ନିଜ ସ୍ୱାସ୍ଥ୍ୟଗତ ଅବସ୍ଥାର ଆଳ ଦେଖାଇ ଅଙ୍ଗନୱାଡି କେନ୍ଦ୍ରକୁ ପାଦ ପକାଉ ନ ଥିବାରୁ ବନ୍ଦ ହୋଇପଡିଛି । ଫଳରେ ଛତୁଆ ଓ ଅଣ୍ଡା ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର ହିତାଧିକାରୀମାନେ । ତେବେ କର୍ମୀଜଣଙ୍କ ଆସି କେନ୍ଦ୍ର ଖୋଲୁ ନ ଥିବାରୁ ପ୍ରି-ସ୍କୁଲ ହୋଇ ପାରୁନାହିଁ । ଯାହାଫଳରେ ଗ୍ରାମର କୁନି କୁନି ପିଲାମାନେ କେନ୍ଦ୍ରକୁ ଆସି ପାଠ ପଢିବା ସହ ନିୟମିତ ଭାବେ ଆସିବା ଆଗ୍ରହ କମି କମି ଯାଉଛି । ଏଥିସହ କେନ୍ଦ୍ର ଠାରେ ଟୀକାକରଣ, ମମତା ଦିବସ, ନୂଆ ଅରୁଣିମା ଦିବସ ଆଦି ସମସ୍ତ କାର୍ଯ୍ୟକ୍ରମ ବନ୍ଦ ହୋଇ ପଡିଛି । ଯାହାକୁ ନେଇ ଅଭିଭାବକମାନେ ମଧ୍ୟ ଅସନ୍ତୋଷଭାବ ଦେଖାଦେଇଛି । କେନ୍ଦ୍ର ଖୋଲାଯାଉ ନ ଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ କେନ୍ଦ୍ରର କର୍ମୀ ଶାନ୍ତି ମେଲେକାଙ୍କୁ ୨୦ରୁ୨୫ଥର କାରଣ ଦର୍ଶାଅ ନୋଟିସ ମଗାଯାଇଥିଲେ ମଧ୍ୟ ସେ କୈାଣସି ସ୍ପଷ୍ଟ ଉତର ରଖୁ ନ ଥିବା ନେଇ ସୁପରଭାଇଜର ମୀନାକ୍ଷୀ ଦାସ ଏ ନେଇ ସିଡିପିଓଙ୍କୁ ଅବଗତ କରାଇଥିବା ଫୋନ ଯୋଗେ ସୂଚନା ଦେଇଛନ୍ତି ।

ସେହିପରି ପାଣସାହି ସ୍ଥିତ ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କୁ ରାୟଗଡ ବ୍ଳକ ସିିଡିପିଓଙ୍କ ନିର୍ଦ୍ଦେଶ ପ୍ରକାରେ ତାଙ୍କୁ ଅଣକା ଠାରେ ଥିବା କେନ୍ଦ୍ରର ତଦାରଖ କରିବା ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଅତିିରିକ୍ତ ଦାୟିତ୍ୱ ନେଇଥିବା କର୍ମୀମଧ୍ୟ ଠିକ ସମୟରେ ଆସି ପାରୁ ନ ଥିବାରୁ କେନ୍ଦ୍ରଟି ଖୋଲାଯାଇପାରୁ ନ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି କେନ୍ଦ୍ରର ୧୨ଜଣ ପିଲା ପ୍ରି-ସ୍କୁଲରେ ଥିବା ନେଇ ସୂଚନା ମିିଳିଥିବା ବେଳେ ହିତାଧିକାରୀଙ୍କ ସଂଖ୍ୟା ହେଲପର ସାବିତ୍ରୀ ତାଡିଙ୍ଗି ଦେଇପାରିନାହାନ୍ତି । ଏବଂ ଅଙ୍ଗନୱାଡି କର୍ମୀ ଶାନ୍ତି ମେଲକା ଆସୁ ନ ଥିବାରୁ ସେ ମଧ୍ୟ କେନ୍ଦ୍ର ଖୋଲି ପାରୁନାହାନ୍ତି ବୋଲି କହିଥିବା ବେଳେ ପିଲାଙ୍କ ପାଇଁ ରନ୍ଧାଖାଦ୍ୟ ଓ ହିତାଧିକାରୀମାନଙ୍କୁ ଛତୁଆ ଓ ଅଣ୍ଡା ବଂଟନ ଦାୟିତ୍ୱ ତାଙ୍କୁ ଦିଆଯାଇଛି । ତେବେ ଅଶିକ୍ଷିତ ହେଲପର ସାବିତ୍ରି କେବଳ କର୍ମୀଙ୍କ ଉପରେ ଭରସା କରିପାରୁଥିବାରୁ ସେ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇ ପାରୁନାହାନ୍ତି । ଅପରପକ୍ଷେ ବହୁ ଦିନ ଧରି କେନ୍ଦ୍ରକୁ ଆସୁନ ଥିବାରୁ ଗ୍ରାମବାସୀ ମାନଙ୍କ ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ଓ ସୁପରଭାଇଜରଙ୍କ ତାଗିଦ ପରେ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ୨ମାସ ଛୁଟିରେ ରହିଛନ୍ତି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଶାନ୍ତି ମେଲକା ବୋଲି ରାୟଗଡ ବ୍ଳକ ସିଡିପିଓ ସୁଶ୍ରୀ ପୁଷ୍ପାଞ୍ଜଳୀ ମିଶ୍ର ସୂଚନା ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Click here to get daily News  & Views update 👇

https://bit.ly/OBgroup3

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.