ଏକ୍ ତରା ତରା ଜୁଲ୍ ଜୁଲ୍ ଲୋକାର୍ପିତ

ବଲାଙ୍ଗୀର,୧୫/୯: ସ୍ଥାନୀୟ ଅମଲା ଭବନଠାରେ କବି ସୁଶାନ୍ତ ବାଗଙ୍କ କୋଶଲୀ କବିତା ସଂକଳନ ‘ଏକ୍ ତରା ତରା ଜୁଲ୍ ଜୁଲ୍’ର ଦ୍ଵିତୀୟ ସଂସ୍କରଣ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ନିମାଇଁ ଚରଣ ପାଣିଗ୍ରାହୀଙ୍କ ସଂଯୋଜନାରେ ମୁଖ୍ଯ ଅତିଥି ଭାବେ ଔପନ୍ୟାସିକ ବଳଦେବ ଦୀକ୍ଷିତ, ମୁଖ୍ୟ ବକ୍ତା ଭାବେ ଅଧ୍ଯାପକ ମୋହନ ସାହୁ, ପ୍ରଥମ ପ୍ରକାଶକ ଅରୁଣ କୁମାର ମିଶ୍ର, ଶାନ୍ତନୁ କୁମାର ନାଏକ ମଂଚାସୀନ ଥିଲେ।

Omkar Vasthu
Omkar Vasthu

ନୁଆସକାଲ୍ ପବ୍ଳିକେଶନ୍ ଓ ବଳଦେବ ଦୀକ୍ଷିତଙ୍କ ଦି ଡ୍ରିମ୍ ମେସିନ୍ ଏହି ଦ୍ବିତୀୟ ସଂସ୍କରଣର ପ୍ରକାଶକ। ବୀରେନ୍ଦ୍ର ଝାଙ୍କର, ଓଁପ୍ରଣବ ନାୟକ, ଲକ୍ଷ୍ମୀ ପଟ୍ଟନାୟକ, ଅଧ୍ଯାପକ ଜଗନ୍ନାଥ ସାହୁ, ପୁସ୍ତମ ଜୁଏଡ ପ୍ରମୁଖ ନିଜସ୍ୱ ମତାମତ ପ୍ରକାଶ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ସଭାରେ କୋଶଲୀ କବି ରାମଭକ୍ତ ପରିକାର, ସନ୍ଦୀପ କୁଅଁର, କଲକୀ ମିଶ୍ର, ନିରୁପମା ଉଦଗାତା, ମନୋରଂଜନ ସାହୁ, କୌତୁକ ପନ୍ଦର, ରାଜେଶ ଝାଙ୍କର, ଗଣେଶ ବାରିକ ପ୍ରମୁଖ ସାହିତ୍ୟିକ ସହଯୋଗ କରିଥିଲେ। ଶେଷରେ ଅନୁପ୍ରିୟା ମିଶ୍ର ଧନ୍ଯବାଦ ଦେଇଥିଲେ।

Udyog Nursery
Udyogi Nursery

ଏଠି ଛୁଇଁଲେ ଗୋଟେ ବି ସାହିତ୍ୟ ଖବର, ଗପ, କବିତା ମିସ୍ କରିବେନି, ଏବେ ହିଁ ଛୁଅନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.