ନିଆରା ସାହିତ୍ୟ ସନ୍ଧ୍ୟା ‘ସୁକାନ୍ତ ଶବ୍ଦୋତ୍ସବ’

କଳାହାଣ୍ଡି,୧୫/୦୯: ଗପ କଥନ ଶୈଳୀରେ ଭାବପକ୍ଷକୁ ପ୍ରାଧାନ୍ୟ ଦେବାରେ କଥାକାର ସୁକାନ୍ତ ସାହୁ ଏକ ପ୍ରଖର ସ୍ୱର । ଗପ ତାଙ୍କର ନିଶା ବା ପ୍ରବୃତ୍ତି ନୁହଁ ବରଂ ତାଙ୍କ ରକ୍ତରେ ଅଛି । ଆପଣା ବାଗରେ ଗପକୁ ଛାଟେଇପାରୁଥିବା ଶ୍ରୀ ସାହୁ ଗପରେ ଯେତିକି ସମୃଦ୍ଧ, ପତ୍ରିକା ସଂପାଦନାରେ ସଂଭ୍ରମ ବୋଲି ‘ସୁକାନ୍ତ ଶବ୍ଦୋତ୍ସବ’ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

କେବଳ ଦିବଂଗତ ଲେଖକ ନୁହଁ ବରଂ ସାଂପ୍ରତିକ ସମୟର ପ୍ରବୀଣ ଲେଖକଙ୍କ ଜୀବନାନୁଭୂତି ତଥା ତାଙ୍କ ସୃଜନ ସ୍ୱର ବିଷୟରେ ଅବଗତ ହେବାର ଅନନ୍ୟ ଅବସର ଥିଲା ସୁକାନ୍ତ ଶବ୍ଦୋତ୍ସବ । ଏହି କ୍ରମରେ କଳାହାଣ୍ଡି ଯୁବଲେଖକ ସମାବେଶ ପକ୍ଷରୁ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ବିବେକ ଭବନଠାରେ ବିଶିଷ୍ଟ କଥାକାର ତଥା ସାହିତ୍ୟ ପତ୍ରିକା ‘ମହୁରି’ ଓ ‘ସମୟର ଆକାଂକ୍ଷା’ର ସଂପାଦକ ସୁକାନ୍ତ ସାହୁଙ୍କ ଜନ୍ମଦିନ ଏକ ନିଆରା ଢଙ୍ଗରେ ପାଳିତ ହୋଇଥିଲା । ଏଥିରେ ନା କେକ୍ କଟାଯାଇଥିଲା ନା ମହମବତୀ ଲିଭାଯାଇଥିଲା । ସଂପୂର୍ଣ୍ଣ ନିରାଡ଼ମ୍ବର ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେହି ଅତିଥି ବି ନଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗାଳ୍ପିକ ଶ୍ରୀ ସାହୁଙ୍କୁ ସମସ୍ତେ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।

Udyog Nursery
Udyogi Nursery

ଏଥିରେ ସୁକାନ୍ତ ସାହୁଙ୍କ ଅନ୍ତରଂଗ ତଥା ସମସାମୟିକ ଲେଖକମାନେ ତାଙ୍କର ସାହିତ୍ୟିକ ଜୀବନ ଓ ସଂଘର୍ଷ ଉପରେ ଆଲୋକପାତ କରିଥିଲେ । ବକ୍ତାଭାବେ ସମସ୍ତଙ୍କ ଆଗରେ ସ୍ମୃତି ବାଣ୍ଟିଥିଲେ ମହୁରିର ମୁଖ୍ୟ ସଂପାଦକ ଭବାନୀଶଙ୍କର ନିଆଲ, କବି ପରମେଶ୍ୱର ମୁଣ୍ଡ, ଗାଳ୍ପିକ ପ୍ରକାଶ ନିଶଙ୍କ, କବି ତପନ ତଥ, କଥାକାର ସକିତ ରତେ, ଗାଳ୍ପିକା ଯାଜ୍ଞସେନୀ ପ୍ରଧାନୀ,ଫଲ୍ଗୁ ପତ୍ରିକାର ପ୍ରକାଶକ କବି ସୁଧୀର ମିଶ୍ର, ଗାଳ୍ପିକ ବିଜୟ ପ୍ରଧାନ, ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଶିବରାମ ନାୟକ,କବି ଦେବେନ୍ଦ୍ର ବିଶି । ସଭା ସଂଯୋଜନା କରିଥିଲେ ଯୁବ କଥାକାର ସୁଧୀର କୁମାର ଧଙ୍ଗଡ଼ାମାଝୀ ।

ଏଥିରେ ମକରଧ୍ୱଜ ରାଉତ, ବନଶ୍ରୀ ଦାଶ, ସାବିତ୍ରୀ ମହାରଣା, ଦୀପ୍ତିମୟୀ ସିଂ,ସଂହିତା ରଥ,ଦକ୍ଷ ସାହୁ, ସଂଜୀବ ପଣ୍ଡା, ତେଜରାଜ ସାହୁ, ସୁଶାନ୍ତ ମାଝୀ, ଡିଙ୍ଗର ନାଏକ, ରଞ୍ଜିତ ଅରେବେଡ଼ିଆ,କିଶୋରଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଧନ୍ୟବାଦ ଦେଇଥିଲେ ଯୁବ ଗାଳ୍ପିକ ଡିଲେଶ୍ୱର ରଣା ।

ଏଠି ଛୁଇଁଲେ ଗୋଟେ ବି ସାହିତ୍ୟ ଖବର, ଗପ, କବିତା ମିସ୍ କରିବେନି, ଏବେ ହିଁ ଛୁଅନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.