ଜୁନାଗଡ଼ରେ ଶିକ୍ଷା ଚେତନା ଅଭିଯାନ

ଜୁନାଗଡ଼,୧୫/୯: ଛାତ୍ର ଶକ୍ତି ରାଷ୍ଟ୍ରଶକ୍ତି। ଏହି ଉକ୍ତିର ଯଥାର୍ଥତା କୁ ଭିତ୍ତି କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୌଦ୍ଧିକ ବିକାଶ ନିମନ୍ତେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ, ରାଧାକୃଷ୍ଣ କ୍ଲବ ମଥୁରା ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ର ମିଳିତ ଆନୁକୂଲ୍ୟରେ ଶିକ୍ଷା ଚେତନା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ ଅବସରରେ ଉଚ୍ଚ ବିଦ୍ୟାଳୟ ପରିସରଠାରେ ପ୍ରଧାନ ଶିକ୍ଷକ ତପିମଣି ଜାନୀଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ସଭାରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀ ସ୍ଥିତ ଇବାସ ଡାକ୍ତରଖାନାର ସ୍ନାୟୁ ରୋଗ ବିଶେଷଜ୍ଞ ଡା ଅଲ୍ଡ଼୍ରୀନ୍ ଆନଥୋମି, ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ସମବାୟ ବ୍ୟାଙ୍କର ପରିଚାଳକ ସହଦେବ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷାବିଦ୍ ବସନ୍ତ ନାଏକ, ଅନୁଷ୍ଠାନର ପୂର୍ବତନ ସଭାପତି ଚିନ୍ମୟ ବେହେରା, ବାନେର ସେବା ସମବାୟ ସମିତିର ସଭାପତି ଭାରତେନ୍ଦୁ ବେହେରା, ଯୁବ ସଂଗଠକ ପ୍ରଭାତ ଦାସ, ବରିଷ୍ଠ ଶିକ୍ଷକ ଦେବରାଜ ଗହୀର, ମନୋରଞ୍ଜନ ପାଣିଗ୍ରାହୀ, ସୁଧୀର ବେହେରା ପ୍ରମୁଖ ଯୋଗଦାନ କରି ସମଗ୍ର ଜିଲ୍ଲାରେ ସଂଗଠନର ଏଭଳି ଏକ ଆୟୋଜନ ପ୍ରଶଂସନୀୟ , ସ୍ୱାଗତ ଯୋଗ୍ୟ ତଥା ଶିକ୍ଷଣୀୟ ବୋଲି ମତବ୍ୟକ୍ତ କରିଥିଲେ।

Udyog Nursery
Udyogi Nursery

କାର୍ଯ୍ୟକ୍ରମରେ ସଂଗଠନ ସମ୍ପାଦକ ଅବିନାଶ ମୁଣ୍ଡ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଜାତୀୟ ଯୁବ ସ୍ବେଚ୍ଛାସେବୀ ଚିନ୍ମୟ କୁମାର ପଣ୍ଡା, ପଦ୍ମାବତୀ ପଟେଲ ଓ ଶୁଭେନ୍ଦ୍ର ବାଗ ଯଥାକ୍ରମେ ମଞ୍ଚ ପରିଚାଳନା, ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭୂଗୋଳ, ଇତିହାସ, ବିଜ୍ଞାନ, ପୁରାଣ, ସଂସ୍କୃତି ସମ୍ବନ୍ଧୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ ତଥା ପୁରସ୍କୃତ କରାଯାଇଥିଲା। ଏହି ସାଧାରଣଜ୍ଞାନ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ସଂଜୀବ କୁମାର ପଣ୍ଡା ବିଚାରକ ଭାବେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ଆମ ଫେସବୁକ୍ ପେଜ୍ ଲାଇକ କରନ୍ତୁ, ୨୪x୭ ଖବର ଓ ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.