ଜୁନାଗଡର ବିକାଶରେ ICICI ବ୍ୟାଙ୍କ ଏକ ମାଇଲଖୁଣ୍ଟ ହେବ – ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

ଜୁନାଗଡ଼ରେ ଉଦଘାଟିତ ହେଲା ICICI ବ୍ୟାଙ୍କର ନୂତନ ଶାଖା 

ଜୁନାଗଡ଼,୧୬/୯ : କଳାହାଣ୍ଡି ଜିଲ୍ଲାର ଏକ ପ୍ରମୂଖ ବୈବସାୟିକ ପେଣ୍ଠସ୍ଥଳୀ ଜୁନାଗଡ଼ ସହରରେ ଆଜି ICICI ବ୍ୟାଙ୍କର ନୂତନ ଶାଖା ଉଦଘାଟିତ ହୋଇଯାଇଛି । ଯାହାକୁ ନେଇ ସହରର ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଏହି କାର୍ଯ୍ୟକର୍ମରେ ମୁଖ୍ୟ ଅତିଥି ଭାବେ ମାନ୍ୟଵର ଶିଳ୍ପ ଶକ୍ତି ଏମଏସଏମଇ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ । କ୍ୟାପଟେନ ମିଶ୍ର କହିଛନ୍ତିଯେ, ଜୁନାଗଡ଼ ବିକାଶରେ ICICI ବ୍ୟାଙ୍କ ଏକ ମାଇଲ ଖୁଣ୍ଟ ହେବ ।

ଏହି ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏନଏସି ଅଧ୍ୟକ୍ଷ ମହେଶ ସାହୁ, ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ତୁଲେଶ୍ୱର ନାଏକ, ସରପଞ୍ଚ ଅଜୟ ବେହେରା, ସମାଜସେବୀ ଦିନେଶ ରାଉତ, ପ୍ରମୋଦ ବେହେରା, ICICI ବ୍ୟାଙ୍କ RM ଅମିୟ ନାଏକ, ଜୁନାଗଡ଼ ଶାଖା BM ରତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in
Click here to get daily News  & Views update 👇
https://bit.ly/OBgroup3
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.