୨୦୦୨ ବୋମା ବିସ୍ପୋରଣ କେସର ଦେଲେ ବୟାନ
ରାୟଗଡା,୧୬/୯ : ରାୟଗଡା ଜିଲ୍ଳା ଦୈାରାଜର୍ଜ କୋର୍ଟ ପରିସରର ସିଜେଏମ କୋର୍ଟରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ଚାଲିଥିବା ଦୁଇଟି ବିଚାରଧୀନ କେସ ମଧ୍ୟରୁ ଗୋଟିଏ କେସର ଶୁଣାଣୀକୁ ନେଇ ସୋମବାର ଦିନ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ହାଜର କରାଯାଇଥିଲା ।
୨୦୦୨ ମସିହାରେ ରାୟଗଡା ଜିଲ୍ଳାର କୋଲନରା ବ୍ଳକ ଅର୍ନ୍ତଗତ ମିଟସ୍ କଲେଜ ନିକଟସ୍ଥ ଭୂଜବଳ ଗ୍ରାମ ନିକଟରେ ହୋଇଥିବା ବୋମା ବିସ୍ପୋରଣ ଘଟଣାକୁ ନେଇ ଚାନ୍ଦିଲି ଥାନା କେସ ନମ୍ବର ସିଟି ୧୧୦/୨୦୧୬/୦୫/୧୨/୨୦୦୨ ୟୁ/ଏସ/ ୩୨୪/ ୩୨୬/ ୩୦୭/୪୨୭/୧୨୦(ବି)/୯(ବି) ଅଫ୍ ଇଣ୍ଡିଆନ ଏକ୍ସପ୍ଳୋଜିଭ ଏକ୍ଟ ଏଣ୍ଡ ୪ ଏଣ୍ଡ ୫ଅଫ୍ ଏକ୍ସପ୍ଳୋଜିଭ୍ ସବଷ୍ଟେନ୍ସ ଏକ୍ଟ ଅନୁଯାୟୀ ଏହି ଘଟଣାରେ ୩୪ଜଣଙ୍କ ସାକ୍ଷ୍ୟ ଗ୍ରହଣ ସମାପ୍ତ ହୋଇ ସାରିଥିବା ବେଳେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ବୟାନ ରେକର୍ଡ କରାଯାଇଥିବା ନେଇ ତାଙ୍କ ପ୍ରତିପକ୍ଷ ଓକିଲ ମଙ୍ଗଳମୂର୍ତି ବେଉରିଆଙ୍କ ଠାରୁ ସୂଚନା ମିଳିଛି । ନିକଟରେ ସିଜେଏମ କୋର୍ଟ ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୦ତାରିଖରେ ଏହାର ଶୁଣାଣୀ ନେଇ ଆଉ ଏକ ତାରିଖ ଧାର୍ଯ୍ୟ କରାଯାଇଥିବା ନେଇ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପ୍ରତିପକ୍ଷ ଓକିଲ ମଙ୍ଗଳମୂର୍ତି ବେଉରିଆ ସୂଚନା ଦେଇଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Click here to get daily News & Views update 👇
https://bit.ly/OBgroup3
Like us on Facebook👇