ମ.ରାମପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଭୋଟର ସଚେତନତା ଶିବିର

କଳାହାଣ୍ଡି,୧୬/୯(ହେମନ୍ତ ସାହୁ): ମ.ରାମପୁର ବ୍ଲକର ମୋହନଗିରୀ, ସିଂହପୁର, ଡ଼ମ୍ବକର୍ଲାଖୁଂଟା ପଂଚାୟତରେ ଭୋଟର ସଚେତନତା ଶିବିର ଅନୁଷ୍ଠିତ ହେଇଯାଇଛି । ସମସ୍ତ ପଂଚାୟତରେ ପ୍ରଥମେ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ପରେ ଏକ ସଭାରେ ଅତିଥିଭାବରେ ଯୋଗଦେଇ ତହସିଲଦାର ସୟଦ ଇସାକ ମଦିନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁମାନା ଜାଫ୍ରି ଭୋଟରଙ୍କୁ ସଚେତନ ହେବାର ଆବଶ୍ୟକ ତଥା ଭୋଟର କାର୍ଡ଼ ସଂପର୍କିତ ସମସ୍ତ ପ୍ରକାର ତୃଟି ବିଚ୍ୟୁତି ସଂଶୋଧନ କରିବା ସହିତ ନୂତନ ପରିଚୟ ପତ୍ର ମଧ୍ୟ ଆବେଦନ କରିପାରିବେ ବୋଲି ପ୍ରକାଶ କରି ଶପଥପାଠ କରିଥିଲେ । ସଚେତନତା ସଭାରେ ପଂଚାୟତରାଜ ସଭ୍ୟ, ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ରହିଥିଲେ ।

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.