ସମସ୍ୟାର ଭଉଁରିରେ ଘାଣ୍ଟି ହେଉଛନ୍ତି ଦାଣ୍ଡିମସ୍କା ଗ୍ରାମବାସୀ

ବନ୍ୟାପରେ ନାଳ ବାଧକ, ପ୍ରଶାସନର ଦୃଷ୍ଟିପଡୁ

Omkar Vasthu
Omkar Vasthu

କଳାହାଣ୍ଡି,୧୭/୯(ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଉପାନ୍ତ ଇଲାକା ଗୋଚ୍ଛାଡ଼େଙ୍ଗେନ ପଂଚାୟତରେ ଏପରି ଏକ ଗାଁ ରହିଛି ଯେଉଁଛି ବିକାଶର ପଦଚିହ୍ନ ପଡି ପରିନାହିଁ । ଏହି ଗାଁରେ ବସବାସ କରନ୍ତି ୫୦ରୁ ଉର୍ଦ୍ଧ ପରିବାର, ପ୍ରାୟ ସମସ୍ତେ ଆଦିବାସୀ ଗଣ୍ଡ ସମ୍ପ୍ରଦାୟର । ଆଜି ପର୍ଯ୍ୟନ୍ତ ଗାଁକୁ ଭଲ ରାସ୍ତାଟିଏ ହୋଇ ପାରିଲାନାହିଁ । ପେଣ୍ଡରାଠାରୁ ମାଟି ରାସ୍ତାଟିଏ ଲମ୍ବି ଯାଇଛି ଗାଁକୁ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜୀବନଜୀବିକା, ପାନୀୟ ଜଳ ଏପରି ନାନା ସମସ୍ୟାରେ ଜର୍ଜରିତ ହୋଇ ପଡିଥିବା ଏହି ଗାଁ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଆସିଛି । 

Pearl dental clinic
Near Ashish Medical Store, Bhawanipatna

ବର୍ତ୍ତମାନର ସମୟରେ ଦାଣ୍ଡିମସ୍କା ଗାଁର ସବୁଠୁ ବଡ ସମସ୍ୟା ପାଲଟିଛି ଗମନା ଗମନ । ଗତ ବନ୍ୟା ପରେ ଗାଁଠାରୁ ତିିିନିଶହ ମିଟର ଦୂରରେ ଥିବା ନାଳର ପୋଲ ଭାଙ୍ଗିଯାଇଥିଲା । ଏହି ପୋଳ ଭାଙ୍ଗିଯିବାପରେ ନାଳ ପାଣି ଭିତର ଦେଇ ଯାତାୟତ କରୁଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଲୋକେ । ତେଣୁ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଗାଁର ସମସ୍ୟାକୁ ସମାଧାନ କରିବା ଦିଗରେ ଦାବି ହେଉଛି ।

Udyog Nursery
Udyogi Nursery

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.